ମୁଖ୍ୟ ଖବର
ଅମରାବତୀ: ଆନ୍ଧ୍ରପ୍ରଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଏଥିରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ରହିଛି ।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚିତ୍ତୋର ସହରର ରାଙ୍ଗାଚାରି ନିକଟରେ ଥିବା ଏକ କାଗଜ ତିଆରି କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ କାରଖାନାର ମ୍ୟାନେଜରଙ୍କ ସମେତ ତାଙ୍କ ପୁଅ ଏବଂ ଜଣେ କର୍ମଚାରୀ ଉପସ୍ଥିତ ରହିଥିଲେ । ଫଳରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ମୃତକମାନେ ହେଲେ କମ୍ପାନୀ ମାଲିକ ଭାସ୍କର(୬୫), ତାଙ୍କ ପୁଅ ଡେଲ୍ଲିବାବୁ, ଏବଂ ବାଲାଜୀ(୨୫) ବୋଲି ଜଣାପଡିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।
Comments ସମସ୍ତ ମତାମତ