ମୁଖ୍ୟ ଖବର
ଭୋପାଳ: ଦୀପାବଳି ନେଇ ସାରା ଦେଶରେ ଉତ୍ସବମୁଖର ହୋଇଉଠିଥିବା ବେଳେ ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ 3 ମହଲା ଘରେ ନିଆଁ ଲାଗିବାରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ଜଣ ଆହତ ହୋଇଛନ୍ତି । ଆଜି(ସୋମବାର) ଭୋର୍ ସମୟରେ ପରିବାର ଲୋକେ ଶୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି ।
ଆଜି ଭୋର ସମୟ 4ଟାରୁ ସାଢେ 4ଟା ବେଳେ ଏହି ଘଟଣା ଘଟିଛି । ଛପରା ସହରର ମହାବୀର ୱାର୍ଡ ଜୈନ ମନ୍ଦିର ନିକଟରେ ରହୁଥିବା ସୁନା ବ୍ୟବସାସୀ କୁନ୍ଦନଲାଲ ସୋନିଙ୍କ ଘରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 3 ମହିଳା ଓ ଜଣେ ଶିଶୁ ରହିଛନ୍ତି ।
ତେବେ ଦୀପାବଳି ପାଳନ କରି ପରିବାର ଶୋଇଥିବା ବେଳେ ଘଟିଛି ଏହି ଦୁଃଖଦ ଘଟଣା । ତେବେ ଭୋର୍ ସମୟ ହୋଇଥିବାରୁ 3 ମହଲା ଘରେ 10 ଜଣ ଶୋଇଥିଲେ । ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା ଅନ୍ୟ 4 ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉପଖଣ୍ଡ ଅଧିକାରୀ ଅପୂର୍ବା ବଲ୍ଲଭି ସୂଚନା ଦେଇଛନ୍ତି । ଖବର ପାଇ ଘଟଣା୍ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୃତକ ମାନେ ହେଲେ କୁନ୍ଦଲ ଲାଲ ସୋନି (75), କୁନ୍ଦନ ଲାଲଙ୍କ ପତ୍ନୀ ରାଜକୁମାରୀ ସୋନି(65), ରିତୁ ସୋନି(42), ସ୍ମୃତି ସୋନି(40), ସୂର୍ଯ୍ୟ ସୋନି (45), ଆଦିତ୍ୟ ସୋନି (16)।
ସେହିପରି ରାଜ୍ୟର ଆଉ ଏକ ଅଗ୍ନିକାଣ୍ଡ ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଗତକାଲି ଦୀପାବଳି ଚାରିଆଡେ ବାଣଫୁଟା ଚାଲିଥିବା ବେଳେ ଉଜ୍ଜୈନର ନାଗଝିରି ଅଞ୍ଚଳରେ ରାତିପ୍ରାୟ 9ଟାରେ ନିଆଁ ଲାଗି ଜଣେ 107 ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଥିଲା । ସେହି ସମୟରେ ଘରେ 10 ଜଣ ସଦସ୍ୟ ଥିଲେ । ତେବେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବୃଦ୍ଧ ବ୍ୟକ୍ତିଙ୍କୁ ବଞ୍ଚା ଯାଇପାରିନଥିଲା ।
Comments ସମସ୍ତ ମତାମତ