Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା

    Share on :
    ajab-Image
    Date: Sep 29, 2026    Views: 3837

    ରାଜନଗର : ପାରିବାରିକ କଳହର କରୁଣ ପରିଣତି ।ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ବାରହାପୁର ଗାଁରେ ।

    ସୂଚନାଅନୁସାରେ, ପାରିବାରିକ କଳହ ଯୋଗୁଁ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପୁଅ ଆଗରେ ମାଆ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି । ମହିଳାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘରେ ଅନ୍ୟ ସଦସ୍ୟ ଥାଇ ମଧ୍ୟ ନିଆଁ ଲଗାଇବା କଥା କେହି ନଜାଣିପାରିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଘଟଣାର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଜାରି ରଖିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook