Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ସ୍ୱାମୀ!

    Share on :
    ajab-Image
    Date: Sep 3, 2026    Views: 2823

    ପୁରୀ: କୁମ୍ଭାରପଡ଼ା ଥାନା ନିକଟ ଡୋମ ସାହିରେ ବୁଧବାର ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘର ଭିତରୁ ମହିଳାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିବା ପଡ଼ୋଶୀ ଦେଖିଲେ, ନିଆଁରେ ଜଳୁଛନ୍ତି ଜଣେ ମହିଳା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ ତାଙ୍କ ସ୍ବାମୀ ମଣ୍ଟି ମଲ୍ଲିକଙ୍କୁ ଉଠାଇନେଇ ପଚରାଉଚରା ଚଳାଇଛି। ଆହତ ମହିଳା ହେଉଛନ୍ତି ସରୋଜିନୀ ମଲ୍ଲିକ(୩୦)। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରାତି ପ୍ରାୟ ୮ଟା ସମୟରେ ମଣ୍ଟିଙ୍କ ଘରୁ ସରୋଜିନୀଙ୍କ ଚିତ୍କାର ଶୁଣାଯାଇଥିଲା। ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବା ବେଳକୁ ତାଙ୍କ ଦେହରେ ନିଆଁ ଲାଗିଥିଲା ଏବଂ ଲୁଗାପଟା ପୋଡ଼ିଯାଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା।
    ରାକ୍ଷୀପୂର୍ଣ୍ଣିମା ଅବସରରେ ମିଳିଥିବା ‘ସୁଭଦ୍ରା’ ଟଙ୍କାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିବା ଏବଂ ଏହାକୁ କେନ୍ଦ୍ର କରି ସରୋଜିନୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦିଆଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସମ୍ପର୍କରେ ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ସରୋଜିନୀଙ୍କ ଚିକିତ୍ସା ସମ୍ପର୍କରେ ତଥ୍ୟ ନେଇଥିଲା। ଅନ୍ୟପକ୍ଷରେ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ମଣ୍ଟିକୁ ହେପାଜତକୁ ନେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସରୋଜିନୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ପଠାଯାଇଛି। ଏନେଇ ତାଙ୍କ ବାପଘର ଲୋକଙ୍କୁ ମଧ୍ୟ ପୁଲିସ ସୂଚନା ଦେଇଛି।
    ଘଟଣାର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘରକୁ ସିଲ୍‌ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଛି। ମହିଳାଙ୍କ ଅବସ୍ଥା, ଘଟଣାସ୍ଥଳର ପରିସ୍ଥିତି ଓ ସ୍ବାମୀଙ୍କୁ ପଚରାଉଚରା ପରେ ଘଟଣାର ପ୍ରକୃତ ରହସ୍ୟ ଖୋଲିବ ବୋଲି ପୁଲିସ ତଦନ୍ତରୁ ଆଶା କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook