Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତ

    Share on :
    ajab-Image
    Date: Aug 22, 2026    Views: 2501

    ଝାଡ଼ଖଣ୍ଡ,: ଝାଡ଼ଖଣ୍ଡ  ରାମଗଡ଼ ଜିଲ୍ଲା ଅନ୍ତର୍ଗତ ପତ୍ରାତୁ ବ୍ଲକର ବରକାକାନା ଫାଣ୍ଡି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ-ଆଇରନ୍ ଫ୍ୟାକ୍ଟ୍ରିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଗତ ଶୁକ୍ରବାର ରାତିରେ ହେହେଲ ସ୍ଥିତ 'ମା’ ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ଼' ଫ୍ୟାକ୍ଟ୍ରିର ପାୱାର ପ୍ଲାଣ୍ଟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ଘଟି ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଅଭାବନୀୟ ଦୁର୍ଘଟଣାରେ ଗୁରୁତର ଭାବେ ପୋଡିହୋଇ ୩ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶ୍ରମିକ ଜଣକ ହଜାରୀବାଗ ନିବାସୀ ତରୁଣ ରଜୱାର ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ରୋଡ୍ ସ୍ଥିତ 'ଦି ହପ୍ ହସ୍ପିଟାଲ୍'ରେ ଭର୍ତ୍ତି କରାଯାଇଛି ।ମୃତ୍ୟୁ ହୋଇଥିବା ୩ ଇଞ୍ଜିନିୟର ହେଉଛନ୍ତି, ରାଞ୍ଚି ନିବାସୀ ଶିଫ୍ଟ ଇଞ୍ଚାର୍ଜ ୫୦ ବର୍ଷୀୟ ସଞ୍ଜୀବ କୁମାର କେସରୀ, ଜଗେଶ୍ୱର ବିହାର, ବୋକାରୋ ନିବାସୀ ୨୫ ବର୍ଷୀୟ ବିନୀତ ମହତୋ, ଗଡ଼ୱା ନିବାସୀ ୨୪ ବର୍ଷୀୟ ଅଭିଷେକ ପାଣ୍ଡେ । ସୂଚନା ଅନୁଯାୟୀ, ଘଟଣା ଦିନ ନାଇଟ୍ ସିପ୍ଟରେ ପାୱାର ପ୍ଲାଣ୍ଟ ସାଇଟ୍‌ରେ ଉତ୍ପାଦନ କାର୍ଯ୍ୟ ଜାରି ରହିଥିଲା । ହଠାତ୍ ବିସ୍ଫୋରଣ ହୋଇ ନିଆଁ ବ୍ୟାପିଯିବାରୁ ସେଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ରାତିରେ ହିଁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାମଗଡ଼ରୁ ୪ରୁ ୫ଟି ଦମକଳ ଗାଡ଼ି ଅଣାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ।

    ଶନିବାର ସକାଳୁ ସ୍ଥାନୀୟ ଗ୍ରାମବାସୀ ଓ ମୃତକଙ୍କ ପରିବାରବର୍ଗ ଫ୍ୟାକ୍ଟ୍ରି ଗେଟ୍ ସମ୍ମୁଖରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ମୃତକଙ୍କ ଆଶ୍ରିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ପରିବାରର ଜଣକୁ ଚାକିରି ଦାବିରେ ସେମାନେ ଫ୍ୟାକ୍ଟ୍ରି ଗେଟ୍ ଅବରୋଧ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟପକ୍ଷରେ, ଫ୍ୟାକ୍ଟ୍ରିର ପାୱାର ପ୍ଲାଣ୍ଟ ୟୁନିଟ୍ ଇଞ୍ଚାର୍ଜ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ, ପରିଚାଳନାଗତ ପ୍ରବଳ ଅବହେଳା ଯୋଗୁଁ ପ୍ଲାଣ୍ଟରେ ଓଭରହିଟିଂ ହେବାରୁ ଏହି ଦୁର୍ଘଟଣା ଘଟିଛି । ତାପମାତ୍ରା ନିୟନ୍ତ୍ରଣରେ ରଖିବା ପାଇଁ ସେଠାରେ ବାରମ୍ବାର ଏସି ଲଗାଇବାକୁ କୁହାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଇନଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାବେଳେ ପୁଲିସ ସ୍ଥିତି ଉପରେ ନଜର ରଖିଛି ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook