Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେମୁ ଟ୍ରେନ୍‌ର ଇଞ୍ଜିନରେ ଲାଗିଲା ନିଆଁ

    Share on :
    ajab-Image
    Date: Aug 3, 2026    Views: 2641

    ପାଟନା: ସମସ୍ତିପୁରରୁ ସହରସା ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଛି। ଏହି ଘଟଣା ସିମରି ବଖତିୟାରପୁର ରେଳ ଷ୍ଟେସନରେ ଘଟିଛି। ଭୋର ପ୍ରାୟ ୩ଟା ୪୫ ସମୟରେ ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିବା ଟ୍ରେନ୍‌ର ଇଞ୍ଜିନରୁ ଧୂଆଁ ଉଠିବା ଆରମ୍ଭ କରିଥିଲା। ନିଆଁ ଦ୍ରୁତବେଗରେ ଅନ୍ୟ ୩ ବଗିକୁ ବ୍ୟାପିବାରେ ଲାଗିଥିଲା। ଫଳରେ ଷ୍ଟେସନ ପରିସରରେ ଆତଙ୍କ ଖେଳିଯାଇଥିଲା। ରିପୋର୍ଟ ଅନୁଯାୟୀ,ଯାତ୍ରୀମାନେ ଭୟଭୀତ ହୋଇ ସେମାନଙ୍କର ସାମଗ୍ରୀ ଛାଡ଼ି ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

    ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଆରପିଏଫ୍ ବିଳମ୍ବରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ରେଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ପରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ଅନେକ ବଗିକୁ ଗ୍ରାସ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

    ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଆଶ୍ୱସ୍ତିର ବିଷୟ। ଯାତ୍ରୀମାନଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ରେଳ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଅଗ୍ନିକାଣ୍ଡ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ନା ଅନ୍ୟ କୌଣସି କାରଣରୁ ହୋଇଛି ତାହା ଜଣାପଡ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook