Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଟିଏମରେ ଅଚାନକ ଅଗ୍ନିକାଣ୍ଡ

    Share on :
    ajab-Image
    Date: Jul 20, 2026    Views: 2907

    ବେଲପାହାଡ଼: ଝାରସୁଗୁଡ଼ା ଜିଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଏଟିଏମରେ ରବିବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ ଲୋକମାନେ ଧୂଆଁ ଓ ନିଆଁ ଦେଖି ତୁରନ୍ତ TRL କ୍ରୋସାକି ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦମକଳ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଅଳ୍ପ ସମୟ ମଧ୍ୟରେ ଆୟତ୍ତ କରାଯାଇଥିଲା। ଫଳରେ ନିଆଁ ନିକଟସ୍ଥ ଦୋକାନ କିମ୍ବା ଅନ୍ୟ ସମ୍ପତ୍ତିକୁ ବ୍ୟାପିବା ପୂର୍ବରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଏଡ଼ାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ଏଟିଏମ୍‌ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ପରିମାଣ ସମ୍ପର୍କରେ ଅଧିକାରୀମାନେ ତଦନ୍ତ କରୁଛନ୍ତି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ସ୍ଥାନୀୟ ଲୋକମାନେ TRL କ୍ରୋସାକି ଦମକଳ ବାହିନୀର ତ୍ୱରିତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook