ମୁଖ୍ୟ ଖବର
ନୋଏଡା: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଛଅଟି ଦମକଳ ବାହିନୀ ପହଞ୍ଚିଛି।
ଦିଲ୍ଲୀ ସୀମାବର୍ତ୍ତୀ ସହର ନୋଏଡାର ସେକ୍ଟର ୧୧୩ ପୋଲିସ ଷ୍ଟେଶନ ଅଧୀନରେ ଥିବା ଅରଣ୍ୟ ସୋସାଇଟି (ସେକ୍ଟର ୧୧୯) ମଧ୍ୟରେ ଥିବା ଏକ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଛଅଟି ଦମକଳ ବାହିନୀ ପହଞ୍ଚି ଅଗ୍ନି ନିର୍ବାପନ କାର୍ୟ୍ୟ ଜାରି ରଖିଛି। ସୌଭାଗ୍ୟବଶତଃ, ଏପର୍ୟ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ ଅଗ୍ନିକାଣ୍ଡଟି ଏସି ୟୁନିଟ ବିସ୍ଫୋରଣ ଯୋଗୁ ଘଟିଥିଲା। ଉପର ମହଲାକୁ ତୀବ୍ର ନିଆଁ ବ୍ୟାପି ଯାଇଛି।
Comments ସମସ୍ତ ମତାମତ