Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଗଦି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

    Share on :
    ajab-Image
    Date: Jun 19, 2026    Views: 2520

    କଟକ: କଟକ ଜିଲ୍ଲା ସାଲେପୁର ରାସ୍ତା ପଦ୍ମପୁର ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ।

    ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରିକୁ କବଳିତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗଦି, କଞ୍ଚାମାଲ ଓ ଯନ୍ତ୍ରପାତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀର ଛଅଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

    Maximum 500 characters

    ଘରକରଣ View all

    Find Us on Facebook