ମୁଖ୍ୟ ଖବର
କଟକ: କଟକ ଖାନନଗର ଛକ ନିକଟରେ ଜଳିଗଲା ଆମ୍ବୁଲାନ୍ସ। ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ। ଆମ୍ବୁଲାନ୍ସ ଟି ଖାନନଗର ଛକରୁ ପୁରୀଘାଟ ଆଡେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ତୁରନ୍ତ ସେହି ଆମ୍ବୁଲାନ୍ସରୁ ରୋଗୀଙ୍କୁ ବାହାରକୁ ନିଆ ଯାଇଥିଲା। ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ।
ଆମ୍ବୁଲାନ୍ସଟି ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳରୁ କଟକ ଆସୁଥିଲା। ଗତକାଲି ରାତି ପ୍ରାୟ ୧ ରେ ରୋଗୀ ନେଇ ଶିଶୁ ଭବନ ଯାଉଥିବା ସମୟରେ ହଠାତ୍ ଜଳିବାକୁ ଲାଗିଥିଲା। ସୌଭାଗ୍ୟ ବଶତଃ କାହାର କିଛି କ୍ଷୟକ୍ଷତି ହୋଇନି। ଆମ୍ବୁଲାନ୍ସରେ ଏକ ଶିଶୁ ଥିଲେ। ପରିବାର ଲୋକ ଶିଶୁକୁ ବାହାରକୁ ନେଇ ଆସିଲେ।
Comments ସମସ୍ତ ମତାମତ