Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ

    Share on :
    ajab-Image
    Date: Feb 19, 2026    Views: 3054

    ରାଞ୍ଚି:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାରେ ମହିଳାଙ୍କ ସ୍ବାମୀ ବର୍ତ୍ତିଯାଇଥିଲେ ହେଁ ତାଙ୍କ ଶରୀରର ଅନେକ ଭାଗ ଜଳିଯାଇଛି। ୪୦ ବର୍ଷୀୟ କୋଲ୍‌ହାନ୍‌ ସିଙ୍କୁ କହିଛନ୍ତି, ତାଙ୍କ ସ୍ତ୍ରୀ ଜ୍ୟୋତି ଓ ସେମାନଙ୍କ ପିଲାମାନେ ଘରେ ଶୋଇଥିବାବେଳେ କେତେଜଣ ସମ୍ପର୍କୀୟ ବାହାରକୁ ଡାକିଥିଲେ। ପ୍ରାୟ ୧୨ ଜଣ ପୁରୁଷ ଓ ମହିଳାଙ୍କୁ ଦେଖି ଜ୍ୟୋତି ଭୟଭୀତ ହୋଇଯାଇଥିଲେ। ସେମାନେ ତାଙ୍କୁ ଡାହାଣୀ ଆଖ୍ୟା ଦେଇଥିଲେ। ଇତିମଧ୍ୟରେ କୋଲ୍‌ହାନ୍‌ଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ସେଠାରେ ପହଞ୍ଚତ୍ଥିଲେ। ସେ ଶାନ୍ତ ରହିବାକୁ ଅନୁରୋଧ କରିବାରୁ ସେମାନେ ସକାଳେ ପଞ୍ଚାୟତ ବୈଠକରେ ସମାଧାନ କରାଯିବ ବୋଲି କହିଥିଲେ। କେତେଜଣ ବ୍ୟକ୍ତି ପେଟ୍ରୋଲ ଆଣି ପରିବାର ଲୋକଙ୍କ ଉପରେ ଢାଳି ଦେଇ ନିଅାଁ ଲଗାଇଦେଇଥିଲେ। ଏଥିରେ ଜ୍ୟୋତି ଓ ନବଜାତକ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବେଳେ କୋଲ୍‌ହାନ୍‌ ନିଜ ଦେହରୁ ପୋଷାକ କାଢ଼ି ବର୍ତ୍ତିଯିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କ ପରିଚୟ ସ୍ପଷ୍ଟ ସହ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଏସ୍‌ପି ଅମିତ୍‌ ରେଣୁ ସୂଚନା ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook