Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀ ଉପରକୁ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇଦେଲା ସ୍ବାମୀ

    Share on :
    ajab-Image
    Date: Feb 18, 2026    Views: 2946

    ବାଲେଶ୍ବର : ସ୍ୱାମୀ ପାଲଟିଲା ପିଶାଚ। ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୂ, ଶଳା ଗୁରୁତର ହୋଇଛନ୍ତି । ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ନାରାୟଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ତାଙ୍କ ଝିଅକୁ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମର କରୁଣାକର କବିକୁ ବିବାହ ଦେଇଥିଲେ। ୭ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।

    ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଦେଖା ଦେଇଥିଲା ଏବଂ ସ୍ୱାମୀ ତାଙ୍କୁ ନିର୍ୟାତନା ଦେଇଆସୁଥିଲା। ନିର୍ୟାତନା ସହି ନପାରି ସ୍ତ୍ରୀ ବାପ ଘରକୁ ପଳାଇ ଆସିଥିଲେ। ଗତକାଲି ଜ୍ବାଇଁ କରୁଣାକର ଶ୍ବଶୁର ଘରେ ପହଞ୍ଚି ସାଥିରେ ଆଣିଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଆଁ ଲଗାଇଦେଇଥିଲା । ପରିବାର ଲୋକେ ବିରୋଧ କରିବାରୁ ସେମାନଙ୍କ ଉପରେ ବି ପେଟ୍ରୋଲ ମାଡ କରିଥିଲା ଜ୍ବାଇଁ । ଆହତମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook