ମୁଖ୍ୟ ଖବର
ଖଇରା: ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ ବେହେରାଙ୍କ ସ୍ତ୍ରୀ ରଞ୍ଜୁସ୍ମିତା ଗୁରୁତର ହୋଇ ପଡ଼ିଛନ୍ତି। ତାଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି। ମନ୍ଦିର ସମ୍ମୁଖରେ ଥିବା ବୃଷଭ ନିକଟରେ ଦୀପ ଜାଳୁଥିବା ବେଳେ ପଛପଟୁ ଅନ୍ୟ ଦୀପରୁ ନିଆଁ ତାଙ୍କ ଶାଢ଼ିରେ ଲାଗିଯାଇଥିଲା।
Comments ସମସ୍ତ ମତାମତ