Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ଵର ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ

    Share on :
    ajab-Image
    Date: Jan 10, 2026    Views: 2854

    ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ । ଶୀତ ସକାଳରେ ଜଳୁଛି ବିମାନବନ୍ଦର ପଡ଼ିଆ । ଶୁଖିଲା ଘାସରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ସ୍ପଷ୍ଟ ହୋଇପାରି ନାହିଁ ।ବିମାନବନ୍ଦର ପଡ଼ିଆରେ କେମିତି ନିଆଁ ଲାଗିଲା ତାର କାରଣ ଖୋଜା ଚାଲିଛି । ଲାଗିଥିବା ନିଆଁକୁ ବିମାନବନ୍ଦର ଅଗ୍ନିଶମ ବାହିନୀ ଆୟତ୍ତ କରିଛନ୍ତି । ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁମୟ ହୋଇ ପଡ଼ିଥିଲା ।
    ଆକାଶର ବେଶ ଉଚ୍ଚ ଯାଏଁ ଧୂଆଁ ଉଠୁଥିଲା । ଦୀର୍ଘ ଦୂର ପର୍ଯ୍ୟନ୍ତ ଦେଖା ଯାଉଥିଲା ନିଆଁ । ତେବେ ଭୁବନେଶ୍ଵର ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ଏଥିଯୋଗୁଁ ବିମାନ ସେବା ବାଧାପ୍ରପ୍ତ ହୋଇ ନଥିବା ସୂଚନା ରହିଛି । ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତି ମଧ୍ୟ ହୋଇ ନଥିବା କୁହାଯାଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook