Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୟାଵହ ଅଗ୍ନିକାଣ୍ଡ: ଜଳିଗଲା ୬ ଗାଡ଼ି, ୪ ଦୋକାନ

    Share on :
    ajab-Image
    Date: Dec 13, 2025    Views: 3281

    ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇଥିଲୋ । ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । 
    ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଗୋଟିଏ ଚା ଦୋକାନ , ମଥୁରା କେକ୍ ଦୋକାନ , ମକା ଦୋକାନ ଓ ଘର ଜଳିଯାଇଛି । ସେହିପରି ଗୋଟିଏ ୪୦୭ ଟ୍ରକ , ବାଲିନୋ କାର , ଗୋଟିଏ ଅଟୋ ଏବଂ ମଡେଲିଙ୍ଗ ଜିପ , ପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ି ଯାଇଛି ।
    ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ କିପରି ଲାଗିଲା, ତାହା ଜଣାପଡ଼ିନାହିଁ। ଏହା ମନୁଷ୍ୟ କୃତ ବୋଲି ଚର୍ଚ୍ଚା ହେଉଛି । ସନ୍ଦେହରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋନଇପାଉଁଶ ହୋଇ ଯାଇଥିବା ଜଣା ପଡିଛି।

    Maximum 500 characters

    ତାଜା ଖବର View all

    Find Us on Facebook