Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ

    Share on :
    ajab-Image
    Date: Apr 25, 2025    Views: 3766

    ବ୍ରହ୍ମପୁର: ଜଳୁଛି ପ୍ଲାଷ୍ଟିକ, ପ୍ୟାକିଂ ମେସିନ ସହ କଞ୍ଚାମାଲ। ଗୋଦାମରେ ଲାଗିଥିବା ନିଆଁକୁ ଆୟତ ପାଇଁ ନାକେଦମ୍ ହେଇଛନ୍ତି ଅଗ୍ନିଶମ କର୍ମଚାରୀ। ଘଣ୍ଟା କେଇଟା ମଧ୍ୟରେ ସବୁ ପୋଡ଼ି ନଷ୍ଟ ହୋଇଗଲା। ହୁତୁହୁତୁ ହୋଇ ଜଳିଲା ମସଲା ଓ ଆଚାର ଗୋଦାମ ଘର। ନିଆଁ ଓ ଧୁଆଁର ମାତ୍ରା ଏତେ ଅଧିକ ଥିଲା କ୍ଷଣିକ ମଧ୍ୟରେ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଗଲା। ଧୁଆଁ ବାହାରୁଥିବା ଦେଖି ନିକଟରେ ବୁଲୁଥିବା ସମସ୍ତ ଲୋକ ଘର ଆଗରେ ଜମା ହୋଇଥିଲେ। ଦୀର୍ଘ ୪ ଘଣ୍ଟା ଧରି କଶରତ ପରେ ନିଆଁ ଆୟତ୍ତକୁ ଆସିଛି। 

    ସୂଚନା ମୁତାବକ, ଶୁକ୍ରବାର ଭୋରୁ ପାଣିଗ୍ରାହୀ ପେଣ୍ଠ ବ୍ରଜରାଜ ନଗର ପ୍ରଥମ ଲାଇନରେ ଅଗ୍ନିକାଣ୍ଡ ଘଟିଛି । ଭୋର ୪ଟା୩୦ରେ ସାହିରେ ଥିବା ଅଜୟ ସାହୁଙ୍କ ଭାରତ ଗୋଲ୍ଡ ସ୍ପାଇସ୍ସ ଗୋଦାମରୁ ଧୁଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। କ୍ଷଣିକ ମଧ୍ୟରେ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ସ୍ଥାନୀୟ ଲୋକ ଅଜୟଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଅଜୟ ବ୍ରହ୍ମପୁର ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀର ୫ଟି ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଗୋଦମର ଗୋଟିଏ ପରେ ଗୋଟିଏ ରୁମ୍‌କୁ ପଶି ନିଆଁକୁ ଆୟତ୍ତ ପାଇଁ ପ୍ରଚେଷ୍ଟା କରିଥିଲେ। ପ୍ରାୟ ସାଢେ ୩ ଘଣ୍ଟା ଧରି ନିଆଁ ଲିଭାଇଥିଲେ। ଏହାପରେ ନିଆଁ ଆୟତ୍ତ ହୋଇଥିଲା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook