Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ ଖବର : ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ

    Share on :
    ajab-Image
    Date: Nov 23, 2022    Views: 3115

    ଯାଜପୁର : ଆଜି ଯାଜପୁର, ଭଦ୍ରକ ଓ ଆନନ୍ଦପୁର ଏକ ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଥିଲା । ଏଥିପାଇଁ ଲୋକେ ଖୁବ୍‌ ଭୟଭୀତ ହୋଇରହିଥିବାବେଳେ ଯାଜପୁରରେ ଆଉ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଯାଜପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । 


    ଯାଜପୁର ଧନେଶ୍ୱର ଛକରେ ଥିବା ଏକ କବାଡି ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା । କବାଡି ଗୋଦାମ ହୁତୁହୁତୁ ହୋଇ ଜଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଲିଭାଉଥିବାବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଗୋଦାମରେ ନିଆଁ ଲାଗିଥିଲା, ତାହା ଏଯାଏ ଜଣା ପଡିନାହିଁ । ଭୟଙ୍କର ଶଦ୍ଦ ସହିତ ନିଆଁ ଲାଗିବାର କୌଣସି ସଂପର୍କ ନଥିବା ସୂଚନା ମିଳିଛି ।  

    Maximum 500 characters

    ତାଜା ଖବର View all

    Find Us on Facebook