Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୟଙ୍କର ଅଗ୍ନିକାଣ୍ଡ ; ୧୦ ମୃତ

    Share on :
    ajab-Image
    Date: Nov 10, 2022    Views: 4861

    ନୂଆଦିଲ୍ଲୀ : ଗୁରୁବାର ମାଳଦ୍ୱୀପର ରାଜଧାନୀ ମାଲେର ଏକ ବୃହତ୍ତ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଭୀଷଣ ଅଗ୍ନିକାଣ୍ଡରେ ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କର  ମୃତ୍ୟୁ  ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିଛି । ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
    ଅଧିକାରୀଙ୍କ କହିବାନୁଯାୟୀ, ଅଟ୍ଟାଳିକାର ତଳମହଲାରେ ଥିବା ଏକ କାର ଗ୍ୟାରେଜରେ ପ୍ରଥମେ ନିଆଁ ଲାଗି ଏହା ବ୍ୟାପି ଯାଇଥିଲା । ଘଟଣା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଘଟଣାର ତଦନ୍ତ କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook