Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଏଫଆଇଆର

    Share on :
    ajab-Image
    Date: Oct 8, 2026    Views: 3461

    ଦିଲ୍ଲୀରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳର ଆନ୍ଦୋଳନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ତେବେ ଇଣ୍ଡି ମେଣ୍ଟ ବିକ୍ଷୋଭର ମୁଖ୍ୟ ଦାବି ହେଉଛି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା। 
    ଦିଲ୍ଲୀ ପୁଲିସର ଅଭିଯୋଗ ଅନୁସାରେ, ବୁଧବାରର ଇଣ୍ଡିଆ ବ୍ଲକ୍‌ ବିକ୍ଷୋଭ ସମୟରେ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଏହି ମାମଲା ହୋଇଛି। ଏହି ଏଫଆଇଆରରେ ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ନାଁ ମଧ୍ୟ ରହିଛି। 
    ଏହା ପୂର୍ବରୁ ମଙ୍ଗଳବାରର ବିକ୍ଷୋଭକୁ ନେଇ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ଏଫଆଇଆର ହୋଇଥିଲା। ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଭିମୁଖେ ମାର୍ଚ୍ଚକୁ ପୁଲିସ ଅଟକାଇବା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କିଛି ବିରୋଧୀ ନେତା ବିନା ଅନୁମତିରେ ଆକାଶବାଣୀ ଭବନ ପରିସରକୁ ପ୍ରବେଶ କରିଥିବା ଅଭିଯୋଗ ରହିଛି। 
    ବୁଧବାର ଇଣ୍ଡିଆ ବ୍ଲକ୍‌ର ନେତା ଓ ସାଂସଦମାନେ ଦିଲ୍ଲୀର ସାଗର ରତ୍ନରେ ମଧ୍ୟାହ୍ନ ଭୋଜନ ପରେ ବସ୍‌ ଯୋଗେ ଜନ୍ତରମନ୍ତର ଅଭିମୁଖେ ବାହାରିଥିଲେ। ତେବେ ଦିଲ୍ଲୀ ପୁଲିସ ସେମାନଙ୍କୁ ମଝିରାସ୍ତାରେ ଅଟକାଇଥିଲା। ଏହାପରେ ଶଙ୍ଗ୍ରି-ଲା ହୋଟେଲ ନିକଟ ଏକ ରାଉଣ୍ଡଆବାଉଟ୍‌ରେ ବିରୋଧୀ ନେତାମାନେ ଧାରଣା ଦେଇଥିଲେ। ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। 
    ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ମହିଳା ନେତ୍ରୀ ସମ୍ବିଧାନର ନକଲ ଧରି ରାସ୍ତାରେ ବସିଥିଲେ। ପରେ ପୁଲିସ ସେମାନଙ୍କୁ ସେଠାରୁ ହଟାଇ ବସ୍‌ରେ ନେଇଥିଲା। ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଥିଲା। ଏହି ବିକ୍ଷୋଭରେ ମୋଟ ୯୧ ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ ପରେ ପ୍ରାୟ ରାତି ୮ଟା ସମୟରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook