Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଗଡଭିଙ୍କ ପରଲୋକ

    Share on :
    ajab-Image
    Date: Nov 19, 2023    Views: 3466

    ମୁମ୍ଵାଇ: ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଗଡଭି । ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି।  ରବିବାର ଦିନ ପ୍ରାୟ ୧୦ ଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୫୭ ବର୍ଷ ହୋଇଥିଲା । ରବିବାର ସକାଳ ସମୟରେ ଘରେ ଚା ପିଉଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ପରେ ସଞ୍ଜୟଙ୍କୁ ତୁରନ୍ତ ଅନ୍ଧେରୀର କୋକିଲାବେନ ଧୀରବାଇ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସଞ୍ଜୟ ଗଡଭିଙ୍କ ମୃତଦେହ ଡାକ୍ତରଖାନାରେ ଅଛି।

    ନିର୍ଦ୍ଦେଶକ ସଞ୍ଜୟ ଗଡଭିଙ୍କ ଦେହାନ୍ତ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଏହି ଦୁନିଆରୁ ବିଦାୟ ବଲିଉଡ ପାଇଁ ଏକ ବଡ କ୍ଷତି । ସେ ୨୦୦୦ ମସିହାରେ ‘ତେରେ ଲିୟେ’ ଚଳଚ୍ଚିତ୍ର ସହିତ ତାଙ୍କର ନିର୍ଦ୍ଦେଶକ ଡେବ୍ୟୁ କରିଥିଲେ ।  ଏହି ଫିଲ୍ମ ନୋଟିସରେ ଆସି ନଥିଲା। ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ନାମ ଥିଲା ‘ତୁ ହି  ବତା’, ଯେଉଁଥିରେ ଅର୍ଜୁନ ରାମପାଲ ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ସ୍ୱଳ୍ପ ବଜେଟ୍ ଯୋଗୁଁ ଫିଲ୍ମ ଅଟକି ଯାଇଥିଲା। ୨୦୦୪ରେ ସଞ୍ଜୟ ପ୍ରଥମ ଥର ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ସେ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ଧୁମ୍’ର ନିର୍ଦ୍ଦେଶନା ଦେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook