ମୁଖ୍ୟ ଖବର
ଭୁବନେଶ୍ୱର: ଘୋଷଣା ହୋଇଛି ଦୁଇ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ ଓ ୨୦୨୪ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଚଳିତବର୍ଷ ୩୫ ତମ ରାଜ୍ୟ ପୁରସ୍କାର ଦିଆଯାଉଥିବା ବେଳେ ୩୨ଟି ବର୍ଗ ବା ବିଭାଗ ସହ ଜୀବନବ୍ୟାପି ସାଧନା ପୁରସ୍କାର ଘୋଷଣା ହୋଇଛି । ୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସଓ୍ୱାଇଫ୍' ଏବଂ ୨୪ ପାଇଁ 'ଆଶ୍ରମ' ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଛି । ୨୦୨୩ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସର୍ବଶ୍ରେଷ୍ଠ ବା ମର୍ଯ୍ୟାଦାଜନକ ପୁରସ୍କାର 'ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର' ଅଭିନେତା ଶ୍ୟାମଳେନ୍ଦୁ ଭାଟାଚାର୍ଯ୍ୟଙ୍କୁ ମିଳିଥିବା ବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି ପୁରସ୍କାର । ୭ ଜଣ ବିଚାରକ ମଣ୍ଡଳୀ ସଦସ୍ୟଙ୍କୁ ନେଇ ଏହି ଚୟନ କରାଯାଇଛି । ଆସନ୍ତାକାଲି ମନୋନୀତ ବ୍ୟକ୍ତିବିଶେଷ ପୁରସ୍କୃତ ହେବେ ।
ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ଘୋଷଣା ହୋଇଛି । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଦୁଇଟି ସିନେମା ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେହିପରି ଅଭିନେତ୍ରୀ ବିଭାଗରେ ମଧ୍ୟ ଦୁଇ ଜଣଙ୍କୁ ପୁରସ୍କାର ମିଳିଛି ।
ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ (ଯୁଗ୍ମ)
ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ ଓ ଶିଶିର କୁମାର ସାହୁ
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ତିୱାରୀ ଏବଂ ସୁପ୍ରିୟା ନାୟକ (ଯୁଗ୍ମ)
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
୨୦୨୪ ମସିହା ପାଇଁ ପୁରସ୍କାର ବିଜେତାଙ୍କ ତାଲିକା-
୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁସାନ୍ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।
ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଆଶ୍ରମ’
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ବାବୁଶାନ ମହାନ୍ତି
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଜାନୀ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ
ତେବେ 'ପୁଷ୍କରା'ର ଅଭିନେତ୍ରୀ ସୁପ୍ରିୟା ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ । ମାଇଁ ସୁଇଟ୍ ହାଉସ୍ ୱାଇଫ୍ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ । ଡେଲିଭରୀ ବୟ ପାଇଁ ସୂର୍ଯ୍ୟମୟୀ ମହାପତ୍ର ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ । 'ଧୋରେ ବାବୁ ଧୋ' ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା । ୨୦୨୪ ପାଇଁ 'ଆଶ୍ରମ' ଶ୍ରେଷ୍ଠ ଚଳଚ୍ଚିତ୍ର । 'ପାବାର' ଚଳଚ୍ଚିତ୍ର ପାଇଁ ବାବୁସାନ୍ ଶ୍ରେଷ୍ଠ ଅଭିନେତା । 'ଭଗିଆ ଭାରିଜା' ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେହୁରିଆ ଶ୍ରେଷ୍ଠ ଅଭିନେତ୍ରୀ ।
Comments ସମସ୍ତ ମତାମତ