Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କଳିଙ୍ଗରେ ‘ଫିଫା’ ବିଶ୍ବକପ୍ ଯୋଗ୍ୟତା ମ୍ୟାଚ୍

    Share on :
    ajab-Image
    Date: Nov 21, 2023    Views: 3007

    ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ଯୋଗ୍ୟତା ମ୍ୟାଚ୍ । ମଙ୍ଗଳବାର ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ମୁହାଁମୁହିଁ ହେବେ ଘରୋଇ ବ୍ଲୁ ଟାଇଗର୍ସ ଭାରତ ଓ କତାର ।  ତେବେ ମ୍ୟାଚ୍ ଦେଖିବାକୁ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଫିଫା ବିଶ୍ୱକପ୍‌  ୨୦୨୬/ଏଏଫ୍‌ସି ଏସିଆ କପ୍‌ ୨୦୨୭ ଯୋଗ୍ୟତା  ପର୍ୟ୍ୟାୟ ଗ୍ରୁପ୍‌ ଏ’ର ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏସିଆରେ କତାର ଏକ ଶକ୍ତିଶାଳୀ ଦଳ । ଫିଫା ମାନ୍ୟତାରେ ୬୧ତମ ସ୍ଥାନରେ ରହିଛି । ଗତ ବିଶ୍ବକପ ଆୟୋଜକ ଟିମ୍ ଥିଲା କତାର । କିନ୍ତୁ  ଆୟୋଜକ ଦଳ ଭାବେ ସେମିତି ଭଲ ପ୍ରଦର୍ଶନ  କରିପାରି ନଥିଲା । ଗ୍ରୁପ୍‌ ଏ’ର ସମସ୍ତ ୩ଟି  ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ତଥାପି ଭାରତଠୁ କତାର ବହୁ ଉନ୍ନତ ଦଳ । କ୍ଷୀପ୍ରତା  ଏବଂ ସାମର୍ଥ୍ୟରେ ସେମାନେ ବହୁ ଊଦ୍ଧ୍ୱର୍ରେ ।  ରକ୍ଷଣାତ୍ମକ ଏବଂ ଆକ୍ରମଣାତ୍ମକ ଦିଗ ମଧ୍ୟ ଅତି  ଉନ୍ନତ ରହିଛି ।

    ଗ୍ରୁପ୍‌ର ପ୍ରଥମ ମ୍ୟାଚ୍‌ରେ କତାର  ୮-୧ରେ ଆଫଗାନିସ୍ତାନକୁ ହରାଇଥିଲା ।  ଭାରତ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ଜିତିଛି ।  କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ୧-୦  ଗୋଲରେ ହରାଇଥିଲା । ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ଦଳ ଅପରାଜେୟ ରହିଛି । କତାର ଓ ଭାରତ ପୂର୍ବରୁ ଫିଫା ବିଶ୍ୱକପ୍‌  ଯୋଗ୍ୟତା ପର୍ୟ୍ୟାୟରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ୧୯୯୬ (୬-୦) ଓ ୨୦୨୧ (୧-୦) ରେ କତାର ବିଜୟୀ ହୋଇଥିଲା । ୨୦୧୯ରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର’  ରହିଥିଲା । ତଥାପି ଏହି ବଡ଼ ମୁକାବିଲା ପାଇଁ  ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook