Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାତି ପାହିଲେ ଅକ୍ଷୟ ତୃତୀୟା: ହେଲେ ଚାଷୀ ପାଖରେ ବିହନ ନାହିଁ

    Share on :
    ajab-Image
    Date: Apr 19, 2026    Views: 2566

    ଭୁବନେଶ୍ୱର: ଅଖିମୁଠି ଅନୁକୂଳ କରିବା ପାଇଁ ଜମିକୁ ସଜାଡୁଛି ଚାଷୀ। ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା । ବିଲରେ ବିହନ ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। ହେଲେ ଆଜି ଯାଏଁ ଚାଷୀ ପାଖରେ ବିହନ ପହଞ୍ଚି ପାରିଲାନି । ସମବାୟ ସମିତିକୁ ଗଲେ ନାହିଁ ନାହିଁ ଶୁଣିବାକୁ ମିଳୁଛି । କେଉଁଠୁ ବିହନ ଆସିବ, ଅଖୁମୁଠି ଅନୁକୂଳ କେମିତି ହେବ ତାକୁ ନେଇ ଚାଷୀ କୂଳଙ୍କୁ ବୁଦ୍ଧିବାଟ ଦିଶୁନି । ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଡ଼ୁଆ ପ୍ରାକୃତିକ ବିପର୍ୟ୍ୟୟ। ହେଲେ ସରକାରୀ ଅବହେଳା ଏବେ ଚରମକୁ ଛୁଇଁଛି । ବିହନ ଯୋଗାଣରେ ବିଳମ୍ୱ ଚାଷ କାମକୁ ପଛରେ ପକାଇବା ଆଶଙ୍କା ସୃଷ୍ଟି ହୋଇଛି । ରହିଲା ପାଣିପାଗ କଥା, ତାହା ବା କାହା ହାତରେ ଅଛି । 
    ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାର ଆମଦାନି ଓ ସାର ଉତ୍ପାଦନ ପ୍ରଭାବିତ ହୋଇଛି । ଆଗକୁ ସାର ସମସ୍ୟା ଚାଷୀଙ୍କୁ ଦହଗଞ୍ଜ କରିବା ଆଶଙ୍କା ରହିଛି । ତେଣୁ ଚଳିତ ଖରିଫ ଋତୁରେ ସୁଲଭ ଦରରେ ସାର ଯୋଗାଣ ଓ ସୁଷମ ବଣ୍ଟନ ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳମାନଙ୍କ ସହ ଆଭାସୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ୍‌ ଟନ୍ ୟୁରିଆ ଓ ୬୦ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ଡିଏପି ସାର ମହଜୁଦ ଅଛି । ତେଣୁ ଚାଷୀଙ୍କୁ ସାର ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବା ସହ ଚୋରା ଚାଲାଣ ଓ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିହନ ଅଭାବ ନେଇ ବିଭାଗ ପାଖକୁ କୌଣସି ଅଭିଯୋଗ ଆସିନଥିବା କହିଛନ୍ତି ସମବାୟ ମନ୍ତ୍ରୀ । ଏଥର ସାର, ବିହନ ସାଙ୍ଗକୁ ମୌସୁମୀ ବର୍ଷା ମଧ୍ୟ ଖରିଫ ଚାଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏଲନିନୋ ପ୍ରଭାବରେ ମୌସୁମୀରେ ସ୍ୱାଭାବିକଠୁ କମ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook