Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    କେଶ ସମସ୍ୟା ଦୂର କରିବ ପାନମଧୁରି ତେଲ

    Share on :
    ajab-Image
    Date: Sep 16, 2020    Views: 6088

    ଖାଇବା ପରେ ପାନମଧୁରିକୁ ମୁଖବାସ ଭାବେ ଆମେ ବ୍ୟବହାର କରିଥାଉ  । ବିଶେଷ କରି ନିରାମିଷ ଖାଦ୍ୟ ସେବନ ପରେ ପାନମଧୁରି ଆମେ ନିହାତି ଖାଇଥାନ୍ତୁ  । ଆମ ରୋଷେଇ ଘରେ ପାନମଧୁରିକୁ ମସଲା ଭାବେ ବ୍ୟବହାର କରାଯାଇଥାଏ  । ଏହାର ଖାଦ୍ୟର ସ୍ୱାଦ ବଢ଼ିବା ସହିତ ତ୍ୱଚା ଓ କେଶ ପାଇଁ ଲାଭଦାୟକ ହୋଇଥାଏ  । ପାନମଧୁରିରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋନୁ୍ୟଟ୍ରିୟସ ଭରପୁର ମାତ୍ରାରେ ମିଳେ  । ଯାହା କେଶ ପାଇଁ ଭଲ  । ଏହା କେଶ ଝଡିବା ସମସ୍ୟାରେ ସହାୟକ ହୋଇଥାଏ  । ତେବେ କେଶ ସମସ୍ୟା ଦୂର କରିବା ପାଇଁ ପାନମଧୁରି ତେଲ ପ୍ରସ୍ତୁତ କରି ଏହାର ବ୍ୟବହାର କରିବା ଉଚିତ  । ଏହି ତେଲ ପାଇଁ ଅଧା କପ ପାନମଧୁରି ଓ ନଡ଼ିଆ ତେଲ ନେବା  । ଗୋଟିଏ ପାତ୍ରରେ ନଡ଼ିଆ ତେଲ ଦେଇ ସେଥିରେ ପାନମଧୁରି ପକାଇ ତାହାକୁ ଗରମ କରନ୍ତୁ  । ତେଲ ଫୁଟିଲେ ଗ୍ୟାସ ବନ୍ଦ କରି ତେଲ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ  । ଏହାକୁ ଆପଣ ଫ୍ରିଜରେ ରଖି ବହୁ ଦିନ ଯାଏଁ ବ୍ୟବହାର କରିପାରିବେ  । ତେବେ ଜାଣିବା ଏହି ପାନମଧୁରି ତେଲ କେଶକୁ ସୁନ୍ଦର କରିବାରେ କିପରି ସହାୟକ ହୋଇଥାଏ  ।
    - ସୁନ୍ଦର କେଶ ଓ ଏହାର ପ୍ରାକୃତିକ ଚମକ ପାଇଁ କେଶକୁ ପ୍ରୋଟିନର ଆବଶ୍ୟକତା ରହିଥାଏ  । ତେବେ ଅଧିକ ପ୍ରୋଟିନ କେଶକୁ ଶୁଖିଲା କରିବା ସହିତ ଝଡ଼ି ଥାଏ  । କିନ୍ତୁ ପାନମଧୁରି ତେଲରେ ଆଣ୍ଟିଅକ୍ସିଡେଣ୍ଟ ଓ ରୋଗାଣୁରୋଧି ଗୁଣ ରହିଛି  । ଯାହା ଆପଣଙ୍କ କେଶକୁ ସୁସ୍ଥ ରଖେ  । 
    - ପାନମଧୁରିରେ ଏସିଡ, ଆଇରନ, କପର, ଫୋଲେଟ ଓ ନିୟାସିନ ରହିଛି  । ଯାହା କେଶ ବଢ଼ିବାରେ ସହାୟକ ହୋଇଥାଏ  । ପାନମଧୁରୀ ତେଲ କେଶର ବିକାଶ ପାଇଁ ବିଶେଷ ଭାବେ ସାହାଯ୍ୟ କରେ  ।
    - ପତଳା କେଶ ଅଧିକ ଝଡ଼ିଥାଏ  । ମଜବୁତ ଓ ଘଞ୍ଚ କେଶ ପାଇଁ କେଶରେ ତେଲ ଲଗାଇବା ଆବଶ୍ୟକ  । ପାନମଧୁରିରେ ଭିଟାମିନ ସି, କ୍ୟାଲସିୟମ, ଆଇରନ ଓ ମ୍ୟାଗ୍ନେସିୟମ ମିଳେ  । ଯାହା କେଶକୁ ପୋଷଣ ଦିଏ  । ଫଳରେ କେଶ ମଜବୁତ ହୁଏ  । 
    - କେଶକୁ ଲମ୍ବା, ଘଞ୍ଚ ଓ କଳା ରଖିବାକୁ ଚାହୁଁଥିଲେ ମୁଣ୍ଡକୁ ଦଫା ରଖିବା ଦରକାର  । ଯଦି ଆପଣଙ୍କ ମୁଣ୍ଡ ଅପରିଷ୍କାର ରହିବ ତେବେ କେଶ ପ୍ରବଳ ଝଡ଼ିବ  । ପାନମଧୁରି ତେଲ ମୁଣ୍ଡକୁ ସଫା କରିବାରେ ସହାୟକ ହୋଇଥାଏ  ।

    Maximum 500 characters

    ଘରକରଣ View all

    Find Us on Facebook