Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଇଏ କେମିତିକା ବାପାମା’ : ଚାକିରୀ ପାଇଁ ପିଲାକୁ ମାରିଦେଲେ

    Share on :
    ajab-Image
    Date: Jan 25, 2023    Views: 2992

    ବିକାନେର : ପିଲା ପାଇଁ ମା’ ବାପା ସବୁ କିଛି ତ୍ୟାଗ କରନ୍ତି  । ନିଜେ ଉପାସରେ ରହି ପିଲା ପେଟରେ ଆହାର ଦିଅନ୍ତି  । କିନ୍ତୁ ରାଜସ୍ଥାନର ଏଇ ବାପାମା’ଙ୍କ କଥା ଜାଣିଲେ ଆପଣ ଚକିତ ହୋଇଯିବେ  । ଚାକିରୀକୁ ବଂଚାଇବା ପାଇଁ ସେମାନେ ନିଜ ପିଲାକୁ ମାରିଦେଇଛନ୍ତି  ।

    ଏହି ଦୁଇ ଦମ୍ପତିଙ୍କ ନାମ ହେଉଛି, ଝୱରଲାଲ ଓ ଗୀତା ଦେବୀ  । ଗୀତା ଗୋଟିଏ ବେସରକାରୀ କମ୍ପାନୀରେ ଚାକିରୀ କରିଛି  । ଚାକିରୀ କଲାବେଳେ ଦୁଇରୁ ଅଧିକ ପିଲା ନଥିଲା ବୋଲି ଗୀତା ଦର୍ଶାଇଥିଲା  । କିନ୍ତୁ ସେତେବେଳେ ତାର ତିନୋଟି ପିଲା ଥିବାବେଳେ ଗୋଟିଏ ପିଲାକୁ ସେ ଭାଇକୁ ପୋଷ୍ୟ କରି ଦେଇଥିଲା  । ଏବେ ତାର ଚତୁର୍ଥ ପିଲାର ବୟସ ସାଢେ଼ ୩ ବର୍ଷ  । କାଳେ ଅଫିସ ଜାଣିଲେ ଚାକିରୀ ପଳାଇବ ସେଥିପାଇଁ ସେମାନେ ପିଲାଟିକୁ ନାଳରେ ଫିଙ୍ଗି ଦେଇଥିଲେ  । ଲୋକମାନେ ପିଲାଟିକୁ ଉଦ୍ଧାର କରିଥିଲେ ବି ପିଲାଟି ମରି ଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook