Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବୈତରଣୀ ନଦୀକୁ ଡେଇଁଲେ ବାପା ଓ ଝିଅ

    Share on :
    ajab-Image
    Date: Sep 28, 2023    Views: 3135

    ଭଦ୍ରକ: ବୈତରଣୀ ନଦୀକୁ ଡେଇଁଲେ ବାପା ଓ ଝିଅ । ଅଢେଇ ବର୍ଷର ଝିଅକୁ ସାଙ୍ଗରେ ଧରି ନଦୀକୁ ଡେଇଁ ଥିବା ସୂଚନା । ପୋଲ ଉପରେ ସ୍କୁଟି ଓ ଚପଲ ଥିବାରୁ ସନ୍ଦେହ କରାଯାଉଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଆଖୁଆପଦା ସ୍ଥିତ ବୈତରଣୀ ନଦୀର ପୋଲ ଉପରୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି ।
    ଖବର ଅନୁଯାୟୀ, ବାଲିପୋଖରୀ ଗାଁର ଚନ୍ଦନ ସାହୁ ନାମକ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ନଦୀର ପୋଲ ଉପରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେଇଁପଡିଛନ୍ତି । ତେବେ କେଉଁ କାରଣ ପାଇଁ ନଦୀକୁ ଡେଇଁଛନ୍ତି । ସେନେଇ ସଠିକ୍‌ କାରଣ ଜଣାପଡିନାହିଁ ।
    ସେପଟେ ଅଘଟଣ ସଂପର୍କରେ ସୂଚନା ପାଇଁ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ଉଭୟଙ୍କର କୌଣସି ପତ୍ତା ମିଳିନାହିଁ ।

    Maximum 500 characters

    ଘରକରଣ View all

    Find Us on Facebook