Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଛ’ ମାସ ଧରି ଘରେ ରହିଥିବା ଯୁବକଙ୍କୁ ବାହାର କଲା କ୍ରେନ, ଜାଣନ୍ତୁ କାରଣ କ’ଣ

    Share on :
    ajab-Image
    Date: Oct 22, 2020    Views: 3171

    ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି ୬ରୁ୭ ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍‌ କବାବ ଓ ଅରେଞ୍ଜଜୁସ୍‌ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ ।  ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍‌ର ସାହାଯ୍ୟ ନେବାକୁ ପଡିଲା ।

    ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ବ୍ରିଟେନ୍‌ରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କ୍ରେନ୍‌ ସାହାଯ୍ୟରେ ହସ୍ପିଟାଲ ନିଆଯାଇଛି । ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତି ନାମରେ ଜଣାଶୁଣା ୩୦ ବର୍ଷୀୟ ଜୈସନ୍‌ ହୋଲଟୋନ୍‌ କ୍ୟାମ୍ପରେଲ୍‌ର ବାସିନ୍ଦା। ତାଙ୍କ ଓଜନ ପ୍ରାୟ ୩୧୭ କିଲୋ ୫୦୦ ଗ୍ରାମ ।ସେ ଗତ ୫ ବର୍ଷ ହେବ ଘରୁ ବାହାରକୁ ବାହାରି ନାହାନ୍ତି । ୨୦୧୪ମସିହାରେ ତାଙ୍କୁ ବାହାର ଖାଦ୍ୟ ଖାଇବାର ଅଭ୍ୟାସ ହୋଇଯାଇଥିଲା ।  ସେ କେବଳ ବାହାରୁ ଖାଦ୍ୟ ଅର୍ଡର କରି ଖାଉଥିଲେ। ତାଙ୍କ ଡାଏଟ୍‌ରେ ଚିକେନ୍‌ କବାବ, ଚିପ୍ସ, ଚିକେନ ଚାଓମିନ୍‌ ସହ ଦିନକୁ ଦେଢ ଲିଟର କମଳା ଜୁସ୍‌ ସହିତ ପାଞ୍ଚ କେନ୍‌ ଡାଏଟ୍‌ କୋକ୍‌ ସାମିଳ୍‌ ରହିଥିଲା ।  ସେ ନିଜ ଡାଏଟ୍‌ ପାଇଁ ଦିନକୁ ପ୍ରାୟ ୩ ହଜାରଟଙ୍କା ଖର୍ଚ୍ଚ କରନ୍ତି । ସେ କେବଳ ବାହାରୁ ଖାଦ୍ୟ ମଗାଇ ଖାଆନ୍ତି । ଟେଷ୍ଟ ଚକ୍କରରେ ତାଙ୍କ ଅବସ୍ଥା ଏପରି ହେଲା ଯେ ସେ ନିଜ ବିଛଣାରୁ  ହଲିବା ପାଇଁ ମଧ୍ୟ ସକ୍ଷମ ହୋଇପାରିଲେନି । ଲକ୍‌ଡାଉନ୍‌ ସମୟରେ ଅଚାନକ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ଏହି ସମୟରେ ତାଙ୍କୁ ହସ୍ପିଟାଲ ଯିବାକୁ ଆବଶ୍ୟକତା ପଡିଲା । ତେବେ ପାଞ୍ଚ ବର୍ଷ ଧରି ଘରେ ବନ୍ଦ ଥିବା ଲୋକଙ୍କୁ ହସ୍ପିଟାଲ କିପରି ନିଆଯିବ ସେହି ଚିନ୍ତାରେ ପରିବାର ଲୋକେ କ୍ରେନ୍‌ ମଗାଇଥିଲେ । ତେବେ ଜୈସନ୍‌ ଏତେ ମୋଟା ଯେ, ୩୦ଜଣ ଲୋକ ମିଶି କରି କୈନ୍‌ ସାହାଯ୍ୟରେ ତାଙ୍କୁ ଘରୁ ବାହାର କରିଥିଲେ । ଜୈସନ୍‌ ଘରର କବାଟ ଦେଇ ବାହାରି ପାରିନଥିଲେ । ଏଥିପାଇଁ ୭ ଘଣ୍ଟା ଧରି ରେସ୍କ୍ୟୁଅପରେସନ୍‌ ଜରିଆରେ ଝରକା ବାଟେ କ୍ରେନ୍‌ ସାହାର୍ୟ୍ୟରେ ଘରୁ ବାହାରି ଥିଲେ ।

    Maximum 500 characters

    ଅଜବ View all

    Find Us on Facebook