ମୁଖ୍ୟ ଖବର
ନୂଆଦିଲ୍ଲୀ: ତନୁପାତଳୀ ସୁନ୍ଦରୀ ଯୁୂବତୀଙ୍କୁ ଫେସନ ଶୋରେ ସୁଯୋଗ ମିଳେ । ବିବାହି କିମ୍ବା ସନ୍ତାନ ହେବା ପରେ ସମସ୍ତେ ଏହି ଚାକଚକ୍ୟ ଜଗତରୁ ଦୂରେଇଯାନ୍ତି । କାରଣ ବିବାହ ପରେ ପରିବାର ଦାୟିତ୍ୱ ବଢେ ।ବିଶେଷ କରି ମହିଳାମାନେ ଏସବୁରେ ବାନ୍ଧି ପୁଣି ଥରେ ମଡେଲିଂ ଦୁଆଁକୁ ଫେରିବା ସମ୍ଭବ ନୁହେଁ । ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଆତଦିବାସୀ ମହିଳା ଜଣଙ୍କ ଅଲିଶା ଗୌତମ ଇରାଓଁ ପେସନ ଶୋରେ ନିଜ ଝିଅକୁ କୋଳରେ ରଖି ଫେସନ ଶୋରେ ଅଂଶ ଗ୍ରହଣ କରିଥିଲେ । ଝାଡଖଣ୍ଡ ଅଧୁ୍ୟଷିତ ଅଞ୍ଚଳରେ ସେ ଝିଅ । ଜଣାଶୁଣା ଡିଜାଇନର ସୁମଙ୍ଗଳ ନାଗ ତାଙ୍କୁ ପ୍ରଥମେ ସୁଯୋଗଦେଲେ । କୋଳରେ କୁନି ଝିଅକୁ ଧରି ଫେସନ ଶୋରେ ଚାଲିବା ୍ଅଲିଶାଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା । ସବୁ କିଛି ପ୍ରସ୍ତୁତି ଅଲିଶାଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ଆଦିବାସୀ ମହିଳାମାନେ ଦିନମ ମଜୁରିଆ ଭାବରରେ କାମ କରନ୍ତି । ପିଲାକୁ ଘରେ ନ ଛାଡି ସେମାନେ କାମକୁ ନେଇଯାନ୍ତି ।
ଛୋଟ ପିଲାଙ୍କୁ ସେ ଏଣେତେଣେ ନ ଶୁଆଇ ସେମାନେ ବେତରାରେ ନିଜ ପାଖେ ବନ୍ଧନ୍ତି । ପିଲା ଉଠିଗଲେ କୋରାରେ ସାମ୍ନା ପାଖେ ବାନ୍ଧି କାମ କରନ୍ତି । ଏହି ସମାନ ପ୍ରମାଳୀରେ ଅଲିଶା ଫେସନ ଶୋ ରେ ତାଙ୍କର ୧୦ ମାସର ଛୁଆକୁ ଧରି ଚାଲିଥିଲେ । ମହୁଁରେ ମେକିପ ନଥିଲା କିମ୍ବା ପାଦର ଜୋତା ନଥିôଲା । ଆଦିବାସୀଙ୍କ ଶାଢୀ ସହ ପାରମ୍ପାରିକ ଗହଣା ପିନ୍ଧି ବେଶ ଦମ୍ଭର ସହ ଅଲିଶାତାଙ୍କ କାମ କରିଥିଲେ । କରତାଳିରେ ଟତୁର୍ଦିଗ ପ୍ରକମ୍ପିତ ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଆଦିବାସୀ ଯୁବତୀ ଅଲିଶାଙ୍କ ପେସନ ୱାକକୁ ଏବେ ସାରା ବିଶ୍ୱ ଦେଖୁଛି ।
Comments ସମସ୍ତ ମତାମତ