Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଫେସନରେ କୁର୍ତ୍ତା ଶାଢ଼ି

    Share on :
    ajab-Image
    Date: Nov 24, 2022    Views: 2796

    କଥାରେ ଅଛି ଭାରତୀୟ ନାରୀର ସୌନ୍ଦର୍ଯ୍ୟତା ବୃଦ୍ଧି କରେ ଶାଢ଼ୀ । ଶାଢ଼ୀକୁ ଗୋଟିଏ ନାରୀର ଆଭୁଷଣ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହାକୁ ପୁରାତନ ଯୁଗର ପରମ୍ପରା ବୋଲି କୁହାଯାଉଥିଲେ । ଏବେ ଅଧୁନିକ ଯୁବ ଗୋଷ୍ଠିଙ୍କ ମୁଖ୍ୟ ପସନ୍ଦ ସାଜିଛି ଶାଢ଼ୀ । ଏବେ ଟ୍ରେଣ୍ଡରେ ଚାଲିଛି ଶାଢ଼ୀ ଫ୍ୟାସନ । ଭାରତୀୟ ନାରୀଙ୍କ ପାରମ୍ପାରିକ ଶାଢ଼ି ନୂଆ ରୂପରେ ବଜାରକୁ ଆସିଛି । ବେଲ୍ଟ ଶାଢ଼ି, ରଫଲ୍‌, ଶାଢ଼ି, ପ୍ୟାଣ୍ଟ ଶାଢ଼ି ପରେ ଏଥରକ ‘କୁର୍ତ୍ତା ଶାଢ଼ି’ ମହିଳାମାନେ ପିନ୍ଧିଲେଣି ।

    ଲମ୍ବା କୁର୍ତ୍ତା ସହ ବନାରସୀ ପାଟ, କାଞ୍ଜିଭରମ୍‌ ପାଟ, ବାନ୍ଧିନି ଶାଢ଼ି ପିନ୍ଧିଲେ ଖୁବ୍‌ ସୁନ୍ଦର ଲାଗିଥାଏ । ମୁମ୍ବାଇରେ ଆୟୋଜିତ ଏକ ଫେସନ୍‌ ଶୋ’ରେ ଡ଼ିଜାଇନର ମନିଷ ମଲହୋତ୍ରା ପ୍ରଥମେ କୁର୍ତ୍ତା ଶାଢ଼ି ଦର୍ଶକଙ୍କ ସମ୍ମୁଖକୁ ଆଣିଥିଲେ । ପିନଟକ୍‌ କୁର୍ତ୍ତା, ହାଇ-ଲୋ କୁର୍ତ୍ତା, ଫ୍ଲେଏରଡ଼୍‌ କୁର୍ତ୍ତା ସହ ଶାଢ଼ିକୁ ବେଶ୍‌ ସୁନ୍ଦର ଭାବେ ମଡେ଼ଲରମାନେ ପିନ୍ଧି ଏଥିରେ ଭାଗ ନେଇଥିଲେ । ସବୁ ବୟସର ମହିଳାମାନେ କୁର୍ତ୍ତା ଶାଢ଼ି ପିନ୍ଧୁଛନ୍ତି । କେତେଜଣ ଛୋଟ କୁର୍ତ୍ତା ସହ ମଧ୍ୟ ଶାଢ଼ି ପିନ୍ଧି ଷ୍ଟାଇଲ କରୁଥିବା ଦେଖାଯାଇଛି । 

     

    Maximum 500 characters

    ବିଶେଷ View all

    Find Us on Facebook