ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ କୁଇଣ୍ଟାଲ ପିଛା ୮ଶହ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର। ବିଜେପି ମୁଖପାତ୍ର ସମୀର ଦାସ କହିଛନ୍ତି, "ସୋହେଲାରେ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇନଥିଲେ । ଆମ ସରକାରରେ ସୋହେଲାରୁ ଧାନକିଣା ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ। ଏହା ନଭେମ୍ବରରୁ ଆରମ୍ଭ ହେବ। ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ହେବ। ବିକଶିତ ଭାରତ ପାଇଁ ସମବାୟ ସବୁଠୁ ବଡ଼ କ୍ଷେତ୍ର। ବିକାଶ ପାଇଁ ଆଗକୁ ବଢିବାକୁ ହେଲେ ସମବାୟ ସେକ୍ଟରକୁ ଆଗକୁ ନେବାକୁ ହେବ । ପ୍ରେସମିଟ୍ ଜରିଆରେ କହିଛନ୍ତି ।"ସେ ଆହୁରି କହିଛନ୍ତି, "ରାଜ୍ୟରେ ୨ ହଜାର ୫୧୦ ପାକ୍ସ ଆଉ ୨୧୦ ଲାମ୍ପସ ଅଛି। ନନ କ୍ୟାଡର ସମ୍ପାଦକ ମାନଙ୍କୁ ନେଇ ପାକ୍ସ ଚାଲିଛି । ସେମାନଙ୍କୁ ବଦଳିର ବ୍ୟବସ୍ଥା ନାହିଁ। ସମବାୟ ସମିତି ଡାଟାବେସ୍ ଓ ଡିଜିଟାଲାଇଜେସନ ହେଉଛି । କେନ୍ଦ୍ର ସରକାର ଗତ ୧୦ ବର୍ଷ ଧରି ସହାୟତା ଦେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ନେତୃତ୍ୱ ନେଉଛନ୍ତି । ରାଜ୍ୟରେ ୧ ହଜାର ୫୪୨ ପଞ୍ଚାୟତରେ ନାହିଁ ସମବାୟ । ଆମ ସରକାର ଚାହୁଁଛନ୍ତି ସବୁ ପଞ୍ଚାୟତରେ ସୋସାଇଟି ହେବ ।"
କେବଳ ଧାନ କିଣା ପାଇଁ ସମବାୟ କାମକୁ ସୀମିତ ରଖାଯିବ ନାହିଁ। ସବୁ କ୍ଷେତ୍ରରେ ଯେମିତି ଆଳୁ ଆଉ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି । ସୋହେଲାରେ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ଲେଖା ବୋନସ ଦେବାକୁ ଘୋଷଣା କରିଥିଲେ ହେଲେ ଦେଇନଥିଲେ । ଆମ ସରକାରରେ ସୋହେଲାରୁ ଧାନ କିଣା ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ। ଏହା ନଭେମ୍ବରରୁ କିଣା ଆରମ୍ଭ ହେବ। ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ରେଜିଷ୍ଟେସନ ଆଗ କରାଯିବା କଥା। ବିଗତ ସରକାର ତା ଉପରେ ଗୁରୁତ୍ୱ ଦେଇନାହାନ୍ତି । ଏବେ ଆମ ସରକାର ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ।
Comments ସମସ୍ତ ମତାମତ