Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାବଧାନ ! ମିଛରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମିଳିବ ଦଣ୍ଡ

    Share on :
    ajab-Image
    Date: Nov 21, 2020    Views: 3516

    ଚେନ୍ନାଇ : ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଆଇନ ବ୍ୟବସ୍ଥାକୁ କଡାକଡି କରାଯାଉଛି । ତେବେ ଏହା ମଧ୍ୟରେ ଜଣେ ଠକ ମହିଳା ସାମ୍ନାକୁ ଆସିଛନ୍ତି । ମିଥ୍ୟା ଦୁଷ୍କର୍ମ ମାମଲା ଦାୟର କରି ଜଣେ ଯୁବକଙ୍କୁ ଫସାଇଥିବା ଏହି ମହିଳାଙ୍କ ମୁଖା ଶେଷରେ ଖୋଲି ଯାଇଛି । ଜଣେ ଯୁବକଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିବା ଯୁବତୀଙ୍କୁ ଚେନ୍ନାଇର ଏକ କୋର୍ଟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ତୋଷ ନାମକ ଜନୈକ ଯୁବକଙ୍କ ବିରୋଧରେ ତାଙ୍କ ପଡ଼ିଶା ଘରେ ବାସ କରୁଥିବା ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ।

    ଏନେଇ ସନ୍ତୋଷଙ୍କୁ ପୋଲିସ ଗିରଫ କରିଥିଲେ। ସନ୍ତୋଷ ୯୫ ଦିନ ଜେଲ୍‌ରେ ରହିବା ପରେ ୨୦୧୦ ଫେବୃୟାରୀ ୧୨ରେ ଜାମିନରେ ମୁକୁଳିଥିଲେ। ଯୁବତୀ ଜଣକ ସନ୍ତୋଷଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ। ଇତିମଧ୍ୟରେ ଗର୍ଭବତୀ ଥିବା ଯୁବତୀ ଜଣକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜନ୍ମିତ କନ୍ୟା ସନ୍ତୋଷଙ୍କର ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ। 

    ତେବେ ଡିଏନ୍ଏ ପରୀକ୍ଷାରୁ ପ୍ରମାଣିତ ହୋଇଥିଲା ଯେ, ଶିଶୁକନ୍ୟାଟିର ପିତା ସନ୍ତୋଷ ନୁହଁନ୍ତି ବୋଲି ପ୍ରମାଣିତ ହୋଇଥିଲା । ରିପୋର୍ଟକୁ ଆଧାର କରି କୋର୍ଟ ଯୁବତୀ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିବା କହିଥିଲେ। ଏହା ସହିତ କୋର୍ଟ ସନ୍ତୋଷଙ୍କ ପ୍ରତି ଅନ୍ୟାୟ ହୋଇଥିବା ସ୍ୱୀକାର କରିଥିଲେ ।ଏହା ସହିତ ସନ୍ତୋଷଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ଜରିମାନା ଅର୍ଥ ଯୁବତୀଙ୍କ ନିକଟରୁ ଆଦାୟ କରାଯିବ ।        

    Maximum 500 characters

    ଦେଶ ବିଦେଶ View all

    Find Us on Facebook