Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କିଏ କରିବ ସରକାର? ଆଜି ସନ୍ଧ୍ୟାରେ ଆସିବ ଏକଜିଟ ପୋଲ

    Share on :
    ajab-Image
    Date: Apr 29, 2026    Views: 3143

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍‌ରେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
    ଭୋଟ ଗ୍ରହଣ ଶେଷ ପରେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ବୁଧବାର ସନ୍ଧ୍ୟା ସାଢେ ୬ଟାରେ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ ଏବଂ ପଞ୍ଚମବଙ୍ଗରେ ଏକଜିଟ ପୋଲ ଫଳାଫଳ ପ୍ରକାଶ କରାଯାଇପାରିବ। ଫଳରେ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀ, ପଞ୍ଚିମବଙ୍ଗରେ କିଏ ସରକାର ଗଠନ କରିବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯିବ।
    ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟରେ ରେକର୍ଡ 93.2 ପ୍ରତିଶତ ଭୋଟର ମତଦାନ କରିଛି। ତାମିଲନାଡୁରେ 85.1 ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି। ଆସାମର ସମସ୍ତ 126ଟି ଆସନରେ ମତଦାନ ସମାପ୍ତ ହୋଇଛି, ଯେଉଁଥିରେ 85.5 ପ୍ରତିଶତ ମତଦାନ ହୋଇଛି।

    କେରଳରେ ୧୪୦ଟି ଆସନରେ ମତଦାନ ହୋଇଥିଲା, ଯେଉଁଥିରେ ୭୫ରୁ ୭୮ ପ୍ରତିଶତ ମଧ୍ୟରେ ମତଦାନ ହୋଇଥିଲା। ପୁଡୁଚେରୀରେ ୮୯.୮୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଯାହା ଏପର୍ଯ୍ୟନ୍ତ ସର୍ବାଧିକ ମତଦାନ। ଏହି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମତଦାନ ୪ ମଇରେ ଗଣନା କରାଯିବ, ଯାହା ପରେ ଫଳାଫଳ ଘୋଷଣା କରାଯିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook