ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଆସନ୍ତା ମେ’ ୫ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏହା ୧୮ ପର୍ୟ୍ୟନ୍ତ ଚାଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମର ୩୧ ହଜାର ୯୧୫ ଆସନ ପାଇଁ ନିମନ୍ତେ ୫୮, ୭୦୮ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୫,୨୯୯ ଦେୟ ପୈଠ କରିଛନ୍ତି। ଆବେଦନକାରୀ ଏପ୍ରିଲ ୩୦ରୁ ନିଜର ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ପାଇପାରିବେ। ଛାତ୍ରଛାତ୍ରୀ ଏସଏସବି ୱେବ୍ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ଏସଏସବିଓଡ଼ିଶା.ଏସି.ଇନରେ ଲଗଇନ୍ କରି ଆଡମିଟ କାର୍ଡ ପାଇପାରିବେ।
Comments ସମସ୍ତ ମତାମତ