Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ ଏସ୍‌ଓଏସ୍‌ସି ପରୀକ୍ଷା

    Share on :
    ajab-Image
    Date: Jun 30, 2025    Views: 3500

    କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ  (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌  (ଏସ୍‌ଓଏସ୍‌ସି) ପରୀକ୍ଷା। ହୋମ୍‌ ସାଇନ୍ସ ଥିଓରି ପରୀକ୍ଷ ସୋମବାର  ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ଟା ପର୍ୟ୍ୟନ୍ତ  ଚାଲିବ । ସେହିପରି ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍‌ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍‌ ସମୟ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ  ସମୟ ନିର୍ଘଣ୍ଟ ଜାରି କରାଯାଇଛି । 

    ୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଏବଂ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩  ହଜାର ୨୩୨ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଆବେଦନ  କରିଛନ୍ତି । ସେହିପରି ଏସ୍‌ଓଏସ୍‌ସି ପରୀକ୍ଷା ପାଇଁ ୧୦ ହଜାର  ୮୦୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ସପ୍ଲିମେଣ୍ଟାରୀ  ପରୀକ୍ଷାର୍ଥୀଙ୍କ ପାଇଁ ୯୮ ଟି ପରୀକ୍ଷା କେନ୍ଦ୍ର ଓ ଏସ୍‌ଓଏସ୍‌ସି  ପରୀକ୍ଷା ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ଦୁଇଟି ଯାକ ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ଗତକାଲି ସୁଦ୍ଧା ପ୍ରଶ୍ନପତ୍ର ଓ  ଖାତା ଆଦି ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍‌ ରହିଥିଲେ ମଧ୍ୟ ପରୀକ୍ଷା ପରିଚାଳନା  ବ୍ୟବସ୍ଥାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି  ସେଣ୍ଟର୍‌ ସୁପରିଟେଣ୍ଡେଣ୍ଟ୍‌ମାନଙ୍କୁ ସତର୍କ କରାଇ ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook