Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଓବାଦୀଙ୍କ ସାମଗ୍ରୀ ସହ ଇଭିଏମ ମେସିନ୍ ଠାବ କଲେ ଯବାନ

    Share on :
    ajab-Image
    Date: Nov 24, 2022    Views: 3425

    ମାଲକାନଗିରି : ମାଲକାନଗିରି ପୁଲିସକୁ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀଙ୍କ ସାମଗ୍ରୀ ସହ ଇଭିଏମ ମେସିନ୍ ଠାବ କଲେ ଯବାନ । ଓଡିଶା ଆନ୍ଧ୍ର ସୀମାବର୍ତ୍ତୀ ଯୋଡାମ୍ବ ଥାନା ଅନ୍ତର୍ଗତ ଧାକଡପଦର ଜଙ୍ଗଲରେ କୁମ୍ବିଂ ବେଳେ ଯବାନମାନେ ଗୋଟିଏ ଇଭିଏମ୍ ମେଶିନ ସମେତ ୨ ଟି ବନ୍ଧୁକ, ୧୧ ଟି ଟିଫିନ୍ ବୋମା, ୨ ଟି କ୍ଲେମୋର ମାଇନ୍ ଜବତ କରିଛନ୍ତି ।
    ଏଥି ସହ ଗୋଟିଏ ଟେଲିସ୍କୋପ, ମାଓବାଦୀଙ୍କ ପୋଷାକ, ମାଓ ପୁସ୍ତିକା ଓ ବିପୁଳ ମାତ୍ରାରେ ବନ୍ଧୁକ ଓ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ଇଭିଏମ ମେସିନଟି ମାଓବାଦୀମାନେ ନିରବାଚନ ସମୟରେ ଲୁଟି ନେଇ ଥିବା ଜଣା ପଡିଛି । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଦବଦବା କମିବା ପରେ ଲୋକେ ସ୍ୱତପ୍ରବୃତ ଭାବେ ପୁଲିସକୁ ସୁଚନା ଦେଉ ଥିବା ଏସପି କହିଛନ୍ତି । ଆଉ ଗ୍ରାମବାସୀଙ୍କ ସୂଚନା ଆଧାରରେ ଏହି ଅପରେସନଟି ଲଞ୍ଚ ହୋଇ ଥିବା ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook