Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

    Share on :
    ajab-Image
    Date: Oct 5, 2026    Views: 3188

    ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗମ୍ଭୀର ସ୍ୱଚ୍ଛତା ଅଭାବ ଯୋଗୁ କ୍ରିଏଟିଭ୍ ବେକର୍ସ ଆଣ୍ଡ କନ୍‌‌ଫେକ୍ସନର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଲାଇସେନ୍ସକୁ ତୁରନ୍ତ ନିଲମ୍ବିତ କରାଯାଇଥିବା ବେଳେ ଏଭରେଷ୍ଟ ଫୁଡ୍ ପ୍ରୋଡକ୍ଟସର ପ୍ରି-ପ୍ୟାକ୍ଡ ଜିରା ପାଉଡରର ଏକ ବ୍ୟାଚ୍‌କୁ ଅସୁରକ୍ଷିତ ଘୋଷଣା କରି ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଗୋଆର ରିଭରସାଇଡ୍ ରିସୋର୍ଟସ ଆଣ୍ଡ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ସଂଗ୍ରହ କରାଯାଇଥିବା ଏଭରେଷ୍ଟ ଜିରା ପାଉଡରର ସାମ୍ପୁଲ୍‌କୁ ଫୁଡ୍ ଆନାଲିଷ୍ଟ ଏବଂ ପରବର୍ତ୍ତୀ ସମୟରେ ରେଫରାଲ୍ ଫୁଡ୍ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଏହି ଜିରା ପାଉଡରରେ ‘ଏଜୋକ୍ସିଷ୍ଟ୍ରୋବିନ୍’ ଏବଂ ‘ଥାୟାମେଥୋକ୍ସାମ୍’ ନାମକ କୀଟନାଶକର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିବା ପରେ ଏହାକୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଅସୁରକ୍ଷିତ ଘୋଷଣା କରାଯାଇଛି। FSSAI କମ୍ପାନୀକୁ E080668761 ବ୍ୟାଚ୍ ନମ୍ବର ବିଶିଷ୍ଟ ଏହି ଉତ୍ପାଦକୁ ବଜାରରୁ ପ୍ରତ୍ୟାହାର କରିବା, ଏହାର ସମ୍ପୂର୍ଣ୍ଣ ରେକର୍ଡ ରଖିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ନରୋକିବା ପାଇଁ ଆବଶ୍ୟକ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛି।

    ଅନ୍ୟପଟେ, କ୍ରିଏଟିଭ୍ ବେକର୍ସ ଆଣ୍ଡ କନ୍‌‌ଫେକ୍ସନର୍ସର ବେକରୀ ପରିସରରେ FSSAI ର ଯାଞ୍ଚ ସମୟରେ ଚରମ ଅସ୍ୱଚ୍ଛତା ଦେଖିବାକୁ ମିଳିଥିଲା। ଖାଦ୍ୟ ପ୍ରସ୍ତୁତି ଅଞ୍ଚଳରେ ପ୍ରଚୁର ମଇଳା, ଗ୍ରୀସ୍, ଧୂଳି, ସ୍ପାଇଡର ଜାଲ, ମାଛି, ପୋକଜୋକ ଏବଂ ମୂଷା ରୋକିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିଲା। ଏହାସହ ଶୀଘ୍ର ନଷ୍ଟ ହୋଇଯାଉଥିବା କଞ୍ଚାମାଲକୁ ଖୋଲାରେ ରଖାଯିବା, କଳଙ୍କି ଲାଗିଥିବା କଣ୍ଟେନର ଓ ଯନ୍ତ୍ରପାତି ବ୍ୟବହାର ହେବା, କାନ୍ଥରୁ ରଙ୍ଗ ଛାଡ଼ିବା ଏବଂ ଭଙ୍ଗା ଟାଇଲ୍ସ ଆଦି ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହା ବ୍ୟତୀତ ପାଣି ଓ ଉତ୍ପାଦର ଟେଷ୍ଟିଂ, ତାପମାତ୍ରା ନିୟନ୍ତ୍ରଣ, ମେସିନ୍ ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କ ଟ୍ରେନିଂ ସମ୍ପର୍କିତ ଜରୁରୀ ରେକର୍ଡ ମଧ୍ୟ ମିଳିନଥିଲା। ଏହି ସବୁ ଗମ୍ଭୀର ଅବହେଳା ପାଇଁ FSSAI ସଂସ୍ଥାର ଲାଇସେନ୍ସକୁ ତୁରନ୍ତ ନିଲମ୍ବନ କରିବା ସହ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook