Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୩ ହଜାର ହୋଇପାରେ ଇପିଏସ୍‌ ପେନ୍‌ସନ

    Share on :
    ajab-Image
    Date: Nov 11, 2026    Views: 2447

    ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପେନ୍‌ସନ ୧ ହଜାରରୁ ୩ ହଜାରକୁ ବଢ଼ିପାରେ। ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଆସନ୍ତା ୧୯ରେ ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ ଅଫ୍‌ ଟ୍ରଷ୍ଟ୍ରି (ସିବିଟି)ର ବୈଠକ ଗୁଜରାଟର ଗିର୍‌ ପରିବର୍ତ୍ତେ ନୂଆଦିଲ୍ଲୀର ପୂର୍ବ କିଡୱାଇ ନଗରସ୍ଥିତ ମୁଖ୍ୟାଳୟରେ ପୂର୍ବାହ୍ଣ ୧୦ଟା ୧୫ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏମ୍ପ୍ଲଇସ୍‌ ପେନସନ୍‌ ସ୍କିମ୍‌ (ଇପିଏସ୍‌) ପେନସନ୍‌ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇପାରେ। ସର୍ବନିମ୍ନ ଇପିଏସ୍‌ ପେନସନ୍‌ ୧ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସର୍ବନିମ୍‌ନ ଇପିଏସ୍‌ ପେନସନ୍‌ ବୃଦ୍ଧି ନେଇ ଶ୍ରମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ନେଇ ଶ୍ରମ କିମ୍ବା ଅର୍ଥ ମନ୍ତ୍ରଣାଳୟ ତରଫରୁ କୌଣସି ସ୍ପଷ୍ଟୀକରଣ ପ୍ରଦାନ କରାଯାଇ ନାହିଁ। ସୂଚନାଥାଉକି ୨୦୧୪ରୁ ଇପିଏସ୍‌ ପେନସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଅନେକ ଇପିଏସ୍‌ ପେନସନ୍‌ଭୋଗୀ ସର୍ବନିମ୍ନ ପେନସନ୍‌ ବାବଦକୁ ମାସିକ ୧ ହଜାର ଟଙ୍କା ପାଉଥିବା ବେଳେ ସର୍ବନିମ୍ନ ପେନସନ୍‌ ରାଶି ବୃଦ୍ଧି କରିବାକୁ ବିଭିନ୍ନ ସଂଗଠନ ତରଫରୁ ଦାବି ହୋଇ ଆସୁଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook