Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    EOS-05ର ସଫଳ ଉତ୍‌କ୍ଷେପଣ

    Share on :
    ajab-Image
    Date: Sep 4, 2026    Views: 2671

    ଶ୍ରୀହରିକୋଟା: ଇସ୍ରୋକୁ ଆଉ ଏକ ବଡ଼ ସଫଳତା ହାସଲ ହୋଇଛି । ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍, ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ସଫଳତାର ସହିତ ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି । ଏକ GSLV ରକେଟ୍‌ରେ EOS-05 ନାମକ ଏକ ଇମେଜିଂ ସାଟେଲାଇଟ୍କୁ ଶୁକ୍ରବାର ଭୋର ସମୟରେ ପୃଥିବୀର କକ୍ଷପଥରେ ସଠିକ ଭାବେ ସ୍ଥାନିତ କରାଯାଇଛି । ଇସ୍ରୋର ଏପରି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।
    GSLV-F17 ରକେଟ୍ EOS-05କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରି ଏହି ଅଭିଯାନକୁ ସଫଳତାର ସହ ସମ୍ପନ୍ନ କରିଛି, ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । GSLV-F17 ରକେଟଟି ସାଟେଲାଇଟ୍‌କୁ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍‌ବିଟ୍‌ରେ ସ୍ଥାପନ କରିଛି । EOS-05 ଏକ ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ମହାକାଶଯାନ ଏବଂ ଜିଓସିଙ୍କ୍ରୋନସ୍ ଅର୍‌ବିଟ୍‌ରେ ସ୍ଥାପିତ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍ ଅଟେ । କିଛିଦିନ ପୂର୍ବରୁ ଇସ୍ରୋ (ISRO) ଅଧ୍ୟକ୍ଷ ଭି.ନାରାୟଣନ୍ ତିରୁମାଲା ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରି ମିଶନ୍‌ର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।
    "ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଯେ, GSLV-F17 ଯାନଟି ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-05 (ଜିଓ-ଇମେଜିଂ ସାଟେଲାଇଟ୍)କୁ ସଫଳତାର ସହ ସଠିକ ଭାବେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଛି, "~ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

    ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍ ଜିଓସିଙ୍କ୍ରୋନସ୍ କକ୍ଷପଥରେ ସଫଳତାର ସହିତ ସ୍ଥାପିତ ହୋଇଥିବାର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଏହା ଦେଶପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । "ISRO ପକ୍ଷରୁ ଆଉ ଏକ ଉଲ୍ଲେଖନୀୟ ସଫଳତା ଏବଂ ଆମ ଦେଶ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍ 'EOS-05' କୁ ଜିଓସିଙ୍କ୍ରୋନସ୍ (Geosynchronous) କକ୍ଷପଥକୁ ନେଇ ଯାଉଥିବା GSLV-F17ର ସଫଳ ଉତ୍‌କ୍ଷେପଣ, ଭାରତର ମହାକାଶ କ୍ଷେତ୍ରର ଉତ୍କର୍ଷତା, ନବସୃଜନ ଏବଂ ବର୍ଦ୍ଧିତ କ୍ଷମତାର ପ୍ରତିଫଳନ ଅଟେ," ବୋଲି ନିଜ X ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

    ଦୀର୍ଘ 27 ଘଣ୍ଟାର କାଉଣ୍ଟଡାଉନ ପରେ 2,367 kg ପେଲୋଡ୍ ବିଶିଷ୍ଟ ରକେଟ୍‌ ସତୀଶ ଧାୱନ୍ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭୋର୍‌ ସମୟ ଓ ବର୍ଷା ମିଶନ ପାଇଁ ଥିବା ଉତ୍ସାହକୁ କମ୍ କରିପାରିନଥିଲା । GSLV-F17 ଭାରତର 19 ତମ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଉତ୍‌କ୍ଷେପଣ ଯାନ ଅଟେ । 3ଟି ଷ୍ଟେଜ୍‌ ବିଶିଷ୍ଟ 51.7 ଦୀର୍ଘ ରକେଟ୍ ଉତ୍‌କ୍ଷେପଣରେ ସାମିଲ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ କାର୍ୟୋଜେନିକ୍ ସ୍ତରରେ ରକେଟ୍‌ଟିର ଓଜନ 420.5 ଟନ୍ ରହିଥିଲା ଏବଂ 2,000 କେଜି ବିଶିଷ୍ଟ ସାଟେଲାଇଟ୍ ରକେଟ୍‌ର ଅଗ୍ରଭାଗରେ ସ୍ଥାପିତ ହୋଇଥିଲା ।

    ବହୁ ପୃଥିବୀ ପର୍ଯ୍ୟବେକ୍ଷଣ କରୁଥିବା ସାଟେଲାଇଟ୍ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହୋଇଥାନ୍ତି । ମାତ୍ର EOS-5 ସାଟେଲାଇଟ୍ ପୃଥିବୀରୁ 36,000 କିମି ଉଚ୍ଚ କକ୍ଷପଥରେ ଅବସ୍ଥାପିତ ହୋଇଛି । ଉକ୍ତ ଜିଓସିଙ୍କ୍ରୋନସ୍ କକ୍ଷପଥରେ ସାଟେଲାଇଟ୍‌ର ଗତି ପୃଥିବୀ କକ୍ଷପଥରେ କରୁଥିବା ଗତି ସହିତ ସମାନ ହେବ । ପୂର୍ବରୁ 2021 ମସିହାରେ GSLV-F-10/EOS-03 ମିଶନ ଅସଫଳ ରହିଥିଲା । ସେହିପରି ମେ 2025ରେ PSLV-C61-EOS-09 ମିଶନଟି ମୋଟରରେ ଚାପ ପଡୁଥିବା ଯୋଗୁଁ ଅସଫଳ ରହିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook