Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜାନୁଆରୀ ୯ରେ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

    Share on :
    ajab-Image
    Date: Dec 21, 2025    Views: 3054

    କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଜାନୁଆରୀ ୯ରେ ଅନୁଷ୍ଠିତ ହେବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଚାଲିବ । ସେହିପରି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଚାଲିବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପାଇଁ ୬୦ ନମ୍ବର ଓ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପାଇଁ ୧୦୦ ନମ୍ବର ରଖାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ଯାଏ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରତି ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ । ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପୃଥକ୍ ଭାବେ କେବଳ ଖଣି ଅଞ୍ଚଳରେ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

    ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ରହିଛି । ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପଢ଼ିବା ବ୍ୟବସ୍ଥା ଅଛି । ଏହି ସ୍କୁଲ ଗୁଡ଼ିକରେ ଷଷ୍ଠ ଶ୍ରେଣୀରେ ୮୦ ଲେଖାଏଁ ସିଟ୍ ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook