Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଲଜ୍ଜାଜନକ, ଶୋଚନୀୟ: ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

    Share on :
    ajab-Image
    Date: Jul 8, 2026    Views: 2642

    ଲଜ୍ଜାଜନକ, ଶୋଚନୀୟ । କିଛି ମାସ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିୟନ ହୋଇଥିବା ଭାରତର ଦୟନୀୟ ପ୍ରଦର୍ଶନ । ପ୍ରଥମେ ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ପରାଜୟ । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ସବୁଠାରୁ ବଡ ରନ ବ୍ୟବଧାନରେ ହାରିଯାଇଛି ମେନ୍ ଇନ୍ ବ୍ଲୁ।  

    ଗତକାଲି ନଟିଂହାମରେ ଖେଳାଯାଇଥିବା ତୃତୀୟ ଟିଟ୍ବେଣ୍ଟିରେ ଇଂଲଣ୍ଡଠାରୁ ୧୨୫ ରନରେ ପରାସ୍ତ ହୋଇଛି ଆୟାରଙ୍କ ଟିମ୍ । ଆଉ  ଟିମ୍ ଇଣ୍ଡିଆର ଏହି ପ୍ରଦର୍ଶନ ପରେ ଆୟରଙ୍କ ନେତୃତ୍ବକୁ ନେଇ ଉଠିଛି ପ୍ରଶ୍ନ । କାରଣ ନୂଆ ଅଧିନାୟକ ଶ୍ରେୟସ୍  ଆୟରଙ୍କ ଅଧୀନରେ ଭାରତ ଲଗାତାର ଚାରିଟି ମ୍ୟାଚ୍ ହାରିସାରିଛି। ଗତକାଲି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଇଂଲିଶ୍ ଟିମ୍ ୭ ୱିକେଟ ହରାଇ ୨୦୧ ରନ୍ କରିଥିଲା । ୨୦୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଆରମ୍ଭରୁ ପ୍ରଭାବହୀନ ବ୍ୟାଟିଂ କରିଥିଲା।

    ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ। ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ ରେ ଅଟକି ଯାଇଥିଲା। ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ ।

    ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ପୂର୍ବରୁ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୭୪ ରନ୍ କରି ଅଲ୍ ଆଉଟ ହୋଇଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook