Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକରେ ଏନକାଉଣ୍ଟର

    Share on :
    ajab-Image
    Date: Sep 16, 2023    Views: 4258

     କଟକ : ଗତକାଲି ରାତିରେ କଟକରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଗୋଡ଼ରେ ବାଜିଛି ଗୁଳି । ଏହି ଅପରାଧୀଜଣକ ହେଉଛି ମନୋଜ ମହାରଣା (ମଙ୍ଗୁ) ।ମଙ୍ଗଙ୍କୁ ଗତକାଲି ରାତିରେ ସଦର ଅଞ୍ଚଳରେ ଏନକାଉଣ୍ଟର କଲା କମିଶନରେଟ ପୁଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
    ଗତ କିଛି ଦିନ ତଳେ କନ୍ଦରପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଘଟଣାରେ ମଙ୍ଗୁ ହେଉଛି ମୁଖ୍ୟ ଅଭିଯୁକ୍ତ । ସେ ତପୁ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ। ତା ନାଁରେ ୮ଟି ଚୋରି ଡକାୟତି, ଦାଦା ବଟି ଚୋରା ବନ୍ଧୁକ କାରବାର ଆଦି ଏକାଧିକ ମାମଲା କମିଶନରେଟ ପୁଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ରହିଛି।ମଙ୍ଗୁ ଘର ସଦର ଥାନା ଅନ୍ତର୍ଗତ ଭାଣପୁର ଅଞ୍ଚଳରେ। ଗତକାଲି ରାତିରେ ସେ ସଦର ଅଞ୍ଚଳରେ ଥିବା ଖବର ପାଇବା ପରେ ପୁଲିସ ରେଡ କରିଥିଲା । ପୁଲିସ ହାତରୁ ଖସିଯିବା ପାଇଁ ସେ କନ୍ଦରପୁର ଥାନା ଆଇଆଇସି ଓ ଜଣେ ଏସଆଇ ଉପରକୁ ଗୁଳି କରିଥିଲା। ଫଳରେ ଆତ୍ମ ରକ୍ଷା ପାଇଁ ପୁଲିସ ମଙ୍ଗୁକୁ ଗୁଳି କରିଥିଲା। ଘଟଣା ସ୍ଥଳ ରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୁଲିସ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook