ମୁଖ୍ୟ ଖବର
ଅନୁଗୋଳ: ଜିଲ୍ଲା ପୋଲିସର ଡବଲ ଏନକାଉଣ୍ଟର । ତାଳଚେରର ଏକ ସୁନା ଦୋକାନରୁ ଲୁଟ୍ କରି ଫେରାର ବେଳେ ଘଟିଛି ଗୁଳିକାଣ୍ଡ । ହଣ୍ଡପା ଥାନା ଇଲାକାରେ ପୋଲିସ ମାରିଛି ଗୁଳି । ରାଜ୍ୟ ବାହାର ଦୁଇ ଅପରାଧୀଙ୍କ ଦେହରେ ବାଜିଛି ଗୁଳି । ପ୍ରଥମେ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆହତ ଦୁଇ ଅପରାଧୀ । ପରେ ଦୁଇ ଅପରାଧୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପ୍ରାୟ 300 ଗ୍ରାମ୍ ସୁନା ଏବଂ 700 ଗ୍ରାମ ରୂପା ଅଳଙ୍କାର ଲୁଟ୍ ପରେ ଫେରାର୍ ହୋଇଥିଲେ ଅପରାଧୀ ।
ଅନୁଗୋଳ ଜିଲା ପୋଲିସକୁ ମିଳିଛି ଏକ ବଡ ସଫଳତା। । ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୋଲିସ । ସେଲ୍ଫ ଡିଫେନ୍ସ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀ ହେଲେ ମହାରାଷ୍ଟ୍ରର ସଚିନ ମହାଦେବ ଗେଜକେ ଓ ପ୍ରକାଶ ମାଦନେ । ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି । ହଣ୍ଡପା ଥାନା ଚୁଳିଆ ପୁର ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର । ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ଲୁଟେରା । ତେବେ ସମସ୍ତ ଚୋରୀ ଜିନିଷ ଉଦ୍ଧାର ହୋଇଥିବା ବେଳେ 4 ଜଣଙ୍କୁ ପୋଲିସ ଏଯାଏଁ ଗିରଫ କରିଛି ।
ଚନା ମୁତାବକ ଗତାକାଲି ସନ୍ଧ୍ୟାରେ ଏକ ହ୍ୟୁଣ୍ଡାଇ ଭର୍ନା କାରରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାତତୋଟାସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ୱର ପୋଲିସରୁ ଆସିଥିବା କହିଲେ । 'ଏଠି ତୁମ ଗହଣା ଦୋକାନରେ ପ୍ରତିଦିନ କିଲେ ଦୁଇ କିଲୋର ସୁନା ନେଣଦେଣ ହେଉଛି । ତେଣୁ ଏବେ ରେଡ୍ ହେବ । କେତେ ଗହଣା ଅଛି ଦେଖାଅ' । ଏମିତି କହି କିଛି ସମୟ ଦୋକାନ ଯାଞ୍ଚ କରିବା ପରେ ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନୀ କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର ଅଭିମୁଖେ ବାହାରିଲେ । ଅନୁଗୋଳ ସହରର କାଲଟାକ୍ସ ଛକ ନିକଟରେ ଦୋକାନୀ କର୍ମଚାରୀଙ୍କୁ ଛାଡ଼ି ଛୁ ମାରିଥିଲେ ଲୁଟେରା ।
ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇ ଥିଲା । ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରା ଟିମ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା । CCTV ସହାୟତାରେ ପୁରା ଅପରାଧ ଗତିବିଧି ଜାଣି ପାରିଥିଲା ପୋଲିସ । ଅପରାଧୀ ଘଟଣା ଭିଆଇବା ପରେ ସମ୍ବଲପୁର ଆଡକୁ ଯାଉଥିବା ଜାଣିବାକୁ ପାଇଥିଲେ । ହଣ୍ଡପା ନିକଟରେ ପୋଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ । ଘଟଣା ନେଇ ନିଜେ ଏସପି ସୂଚନା ଦେଇଛନ୍ତି । ପୁରା ଲୁଟ ଘଟଣାର ସମସ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିଥିବା କହିବା ସହ ଚୋରି ହୋଇଥିବା ସୁନା ମଧ୍ୟ ଉଦ୍ଧାର କରାଯାଇଛି।
ହଣ୍ଡପା ଥାନା ଚୁଳିଆ ପୁର ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର । ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା । ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା । ହଣ୍ଡପା ଜଙ୍ଗଲରେ ପୋଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
Comments ସମସ୍ତ ମତାମତ