Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁଧୀର ହତ୍ୟା; ପୋଲିସର ଡବଲ୍ ଏନକାଉଣ୍ଟର

    Share on :
    ajab-Image
    Date: May 26, 2026    Views: 3271

    ବ୍ରହ୍ମପୁର: ବ୍ରହ୍ମପୁରରେ ଡବଲ୍ ଏନକାଉଣ୍ଟର। ଗୋପାଳପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଛି ପୋଲିସ୍। ୨ ଅଭିଯୁକ୍ତ ହେଲେ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ସରୋଜ ପଣ୍ଡା। ଗତକାଲି ପୋଲିସ ରାଜସ୍ଥାନରୁ ରଞ୍ଜନ, ସରୋଜଙ୍କ ସମେତ ଆଉ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣୁଥିଲେ। 
    ଏହି ସମୟରେ ବ୍ରହ୍ମପୁର ଉପକଣ୍ଠ ରତ୍ନପୁରଠାରେ ପୋଲିସକୁ ଧକ୍କା ମାରି ବନ୍ଧୁକ ଛଡାଇ ପଳାଇ ଯାଉଥିଲେ ଅଭିଯୁକ୍ତମାନେ। ଜବାବରେ ପୋଲିସ ଗୁଳିଚାଳନା କରିଥିଲା। ଏଥିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

    ସୁଧୀର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଝିଆରୀ ନିବେଦିତା ତାଙ୍କ ପ୍ରେମିକ କାଳୁ ପ୍ରଧାନଙ୍କ ସହ ଏହି ଦୁଇ ଜଣ ମିଶି ହତ୍ୟା ଯୋଜନା କରିଥିଲେ। ସୁଟର୍ ସୂର୍ୟ୍ୟପ୍ରତାପ ଓରଫ୍ ଗୋଲୁ ହିଁ ଏମାନଙ୍କ ସହ ଯୋଗାଯୋଗ କରିଥିଲା। ସୁରତରେ ରହୁଥିବା ଅଭିଯୁକ୍ତ ରଞ୍ଜନ ପୂର୍ବରୁ ହତ୍ୟା ମାମଲାରେ ବି ସଂପୃକ୍ତ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook