Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁରକ୍ଷାକର୍ମୀ- ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ୮ ଯବାନ ଆହତ

    Share on :
    ajab-Image
    Date: Jan 19, 2026    Views: 3436

    କିସ୍ତୱାଡ଼: ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ରବିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଜୋରଦାର ଗୁଳିଗୋଳା ବିନିମୟ ହୋଇଛି । ଏଥିରେ ସେନାର ୮ ଜଣ ଯବାନ ଆହତ ହୋଇଛନ୍ତି । ଅଧିକାରୀଙ୍କ ଅନୁସାରେ, ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା କିସ୍ତୱାଡ଼ର ଉପରିସ୍ଥ ଜଙ୍ଗଲ ଅଞ୍ଚଳ ସୋନାରରେ ଘଟିଛି । ଏଠାରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କୋର୍ର ‘ଅପରେସନ ତ୍ରାଶୀ-୧’ ଜାରି ରହିଛି ।

    ରବିବାର ଅପରେସନ ବେଳେ ଆତଙ୍କୀଙ୍କ ସହ ଅଚାନକ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ପରସ୍ପର ଉପରେ ଗୁଳିମାଡ଼ କରିଥିଲେ । ୨-୩ ଜଣ ଆତଙ୍କୀଙ୍କୁ ଯବାନମାନେ ଘେରିଥିଲେ । ଏହି ସମୟରେ ଆତଙ୍କୀମାନେ ଗ୍ରେନେଡ୍ ମାଡ଼ କରିଥିଲେ । ଏମାନେ ଜୈସ-ଏ-ମହମ୍ମଦ (ଜେଇଏମ୍)ର ସଦସ୍ୟ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ତଲାସୀ ଅଭିଯାନ ଜାରି ରହିଛି । ଡ୍ରୋନ୍ ଦ୍ୱାରା ତମାମ ଅଞ୍ଚଳରେ ଛାନ୍‌ଭିନ୍ ଚାଲିଛି । ସ୍ନିଫର୍ ଡଗ୍ର ସହାୟତା ବି ନିଆଯାଇଛି । ପୁଲିସ, ସେନା, ସିଆରପିଏଫ୍ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook