Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ବ୍ରାଉନସୁଗାର ମାଫିଆକୁ ଏନକାଉଣ୍ଟର

    Share on :
    ajab-Image
    Date: Apr 11, 2025    Views: 2725

     ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ନିଶା ମାଫିଆକୁ ଏନକାଉଣ୍ଟର । ଡ୍ରଗସ କାରବାର ବେଳେ ପୋଲିସର ଧରପଗଡ । ସ୍ପେଶାଲ କ୍ରାଇମ୍ ୟୁନିଟ ଦେଖି ଖସିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ । ନିଜକୁ ବଞ୍ଚାଇବାକୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ପାଲଟା ଜବାବରେ ପୋଲିସ ନିଶା ମାଫିଆ ଉପରକୁ ଫାୟାରିଂ କରିଥିଲା । ଫଳରେ ଶେଖ୍ ଜାମସେଦ ନାମକ ଅପରାଧିକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେସଲ କ୍ରାଇମ୍ ୟୁନିଟ ।
    ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳ ଜୟଦେବ ବାଟିକା ନିକଟରେ ଗତକାଲି(ଗୁରୁବାର) ବିଳମ୍ବିତ ରାତି ଏନକାଉଣ୍ଟର ହୋଇଛି । ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଶେଖ୍ ଜାମସେଦ ପାଖରୁ ଲକ୍ଷଲକ୍ଷ ଟଙ୍କାର ବ୍ରାଉନସୁଗର, ବନ୍ଧୁକ ଓ ଗୋଟିଏ ବାଇକ ଜବତ କରାଯାଇଛି । ପୋଲିସ ଛାନଭିନ ଜାରି ରଖିଛି । ପୂର୍ବରୁ ମଧ୍ୟ ତା ନାଁରେ ବିଭିନ୍ନ ମାମଲା ରହିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook