Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୮ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

    Share on :
    ajab-Image
    Date: Feb 2, 2025    Views: 3847

    ଛତିଶଗଡ଼: ଛତିଶଗଡ଼ ସୀମାନ୍ତ ବିଜାପୁରରେ ସୁରକ୍ଷାବାହିନୀର ଜୋରଦାର ସର୍ଚ୍ଚ ଅପରେସନ। ଶନିବାର ଗାଙ୍ଗୁଲୁର ଥାନା ଅନ୍ତର୍ଗତ ତୋଡ଼କା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୮ ମାଓବାଦୀଙ୍କୁ ଏନକାଉଣ୍ଟର କରିଲେ ସୁରକ୍ଷାବାହିନୀ।  ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ । ଘଟଣାସ୍ଥଳରୁ ୮ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

     ସେପଟେ ଛତିଶଗଡ଼ରେ ଲଗାତର ଏନକାଉଣ୍ଟର ପରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ଶାତଧିକ ମାଓବାଦୀ ମୁଣ୍ଡ ଗଡ଼ିବା ପରେ  ମାନେ ମାଓନେତା ହିଡମାଙ୍କୁ ଡିମୋସନ କରିଛି ମାଓ ସଂଗଠନ । ହିଡମାଙ୍କ ବଦଳରେ ଏବେ ବିଜାପୁର ମାଓ ସଂଗଠନର ଦାୟିତ୍ୱ ନେଇଛନ୍ତି ପତିରାମ ମାଝୀ । 

    ୨୦୨୪ରେ ଛତିଶଗଡ଼ରେ ୧୮୯ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୫୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫୦୩ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହୋଇଛନ୍ତି । ଫଳରେ ଧୀରେ ଧୀରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ୨୦୨୫ ଜାନୁଆରୀ ମାସରେ ୨୩ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪୬ଜଣ ମାଓବାଦୀଙ୍କୁ ଗିରଫ ହୋଇଛନ୍ତି । ସେହିପରି ୧୭ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook