Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟର, ୩ ଆତଙ୍କୀ ସଫା

    Share on :
    ajab-Image
    Date: Oct 12, 2021    Views: 4541

    ଶ୍ରୀନଗର: ସୀମାରେ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଭାରତୀୟ ଯବାନଙ୍କ ଉପରେ କରିବାରେ ଲାଗିଛନ୍ତି ବଡଧରଣର ଆତଙ୍କୀ ହାମଲା । ରାତି ପାହୁ ପାହୁ ଭାରତୀୟ ସେନା ବି ଏହାର କଡା ଜବାବ ଦେଇଛନ୍ତି । ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନିଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

     ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀମୃତ ତିନି ଆତଙ୍କୀ ଲସ୍କର-ଏ-ତୋଏବାର ବୋଲି ଜଣାପଡିଛି । ଏହା ସହିତ ସେମାନଙ୍କଠାରୁ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତିନିଜଣଙ୍କ ଭିତରୁ ଜଣଙ୍କର ପରିଚୟ ମିଳିଛି । ଜଣକ ହେଲା ଗାଦ୍ରେବାଲର ମୁକ୍ତହର ଶାହା ଯିଏକି ଶ୍ରୀନଗରରେ ବିହାରର ଜଣେ ଷ୍ଟ୍ରିଟ୍ ହକର୍ ବିରେନ୍ଦ୍ର ପାସୱାନ୍ଙ୍କୁ ହତ୍ୟା କରିବା ପରେ ସୋପିଆନକୁ ଆସିଥିଲା । ତିନିଜଣ ଆତଙ୍କବାଦୀ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିବାରୁ ଏହା ଏକ ବଡ଼ ସଫଳତା ବୋଲି କହିଛି ସୁରକ୍ଷାବାହିନୀ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook