Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନକାଉଣ୍ଟର: ୫ ମାଓବାଦୀ ନିହତ

    Share on :
    ajab-Image
    Date: Feb 20, 2026    Views: 3094

    ଛତିଶଗଡ଼: କେରେଗୁଟ୍ଟା ଜଙ୍ଗଲରେ ଯବାନଙ୍କୁ ବଡ଼ ସଫଳତା । ଛତିଶଗଡ଼ ସୀମାନ୍ତ ବିଜାପୁରରେ ଏନକାଉଣ୍ଟର । ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାନ୍ତ ମୁଲୁଗୁ ଜିଲ୍ଲାର କେରେଗୁଟ୍ଟାଲୁ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା କେରେଗୁଟ୍ଟାଲୁ ପାହାଡ଼ିଆ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ‘ଅପରେସନ କାଗାର-୨’ ଅଧୀନରେ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ CRPF, କୋବ୍ରା (CoBRA), ଗ୍ରେହାଉଣ୍ଡସ୍ ଏବଂ DRGର ପ୍ରାୟ ୫ ହଜାର ସୁରକ୍ଷାକର୍ମୀ ସାମିଲ ହୋଇଥିଲେ । ଭୋର ସମୟରେ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଟିମ୍ ଓ ମାଓବାଦୀ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା ।ଘଟଣାସ୍ଥଳରୁ ସୁରକ୍ଷା ବାହିନୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି । ନିହତ ମାଓବାଦୀମାନେ ମାଓ ସଂଗଠନର ଏରିଆ କମିଟିର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook