Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଞ୍ଜିନ୍ ଫେଲ୍: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମରେଜେନ୍ସିଂ' ଲ୍ୟାଣ୍ଡିଂ

    Share on :
    ajab-Image
    Date: Mar 28, 2026    Views: 2777

    ନୂଆଦିଲ୍ଲୀ; ସବୁ ଠିକଠାକ ଥିଲା । ନିର୍ଦ୍ଧାରିତ ସମୟରେ ପ୍ଲେନ୍ ଟେକଅଫ୍ କଲା । ଉଡିବା ଆରମ୍ଭ କରିବାର କିଛି ସମୟରେ ଅଘଟଣ ଘଟିଲା । ମଝି ଆକାଶରେ ହଠାତ୍ ପ୍ଲେନ୍ ଇଞ୍ଜିନ୍ ଫେଲ୍ ହୋଇଗଲା । ଫଳରେ ବିମାନ ଜରୁରୀ ଅବତରଣ କରିଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ କରିଛି ଇଣ୍ଡିଗୋ ବିମାନ । ବିଶାଖାପାଟଣା-ଦିଲ୍ଲୀ ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମରେଜେନ୍ସିଂ ଲ୍ୟାଣ୍ଡିଂ ହୋଇଛି । ବିମାନ ଇଞ୍ଜିନ୍ ଫେଲ୍ ମାରିଥିବା ଆଶଙ୍କା ପରେ ଜରୁରୀ ଅବତରଣ କରାଯାଇଛି । ବିମାନ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି  ।
    ​​​​​ବିଶାଖାପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଇଞ୍ଜିନ ଫେଲ୍ ହେବାର ସମ୍ଭାବନା ଥିବାରୁ ରନୱେ ୨୮ରେ ବିମାନର ଫୁଲ୍ ଏମରଜେନ୍ସିଂ ଲ୍ୟାଣ୍ଡିଂ ଘୋଷଣା କରାଯାଇଥିଲା । ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଏବଂ ବିମାନବନ୍ଦର ପ୍ରଶାସନ ତତ୍ପରତା ପାଇଁ ଏକ ବଡ଼ ଅଘଟଣ ଟଳିଯାଇଛି । ଦିଲ୍ଲୀ ପୁଲିସ୍ କହିଛି,,ସକାଳ ପ୍ରାୟ ୧୦ଟା ୫୩ରେ ଅଗ୍ନିଶମ ବାହିନୀକୁ ଏକ ଫୋନ କଲ ଆସିଥିଲା । ବିଶାଖାପାଟନାରୁ ଦିଲ୍ଲୀ ଆସୁଥିବା ବିମାନ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ସୁରକ୍ଷିତ ଏମରେଜେନ୍ସିଂ ଲ୍ୟାଣ୍ଡିଂ କରିଛି । ଇଣ୍ଡିଗୋ କର୍ତ୍ତୃପକ୍ଷ ଏବେ ଇଞ୍ଜିନ ବଫଳତାର କାରଣ ସମ୍ପର୍କରେ ବିସ୍ତୃତ ତଦନ୍ତ କରୁଛନ୍ତି ।ଜରୁରୀକାଳୀନ ପ୍ରୋଟୋକଲ ଅନୁସରଣ କରି, ଇଣ୍ଡିଗୋ ବିମାନଟି ସକାଳ ୧୦ଟା୫୪ରେ ଆଇଜିଆଇ ବିମାନବନ୍ଦର ରନୱେ ୨୮ରେ ସୁରକ୍ଷିତ ଭାବରେ ଅବତରଣ କରିଛି । ଯେକୌଣସି ଅପ୍ରୀତକର ଘଟଣାର ମୁକାବିଲା ପାଇଁ ଲ୍ୟାଣ୍ଡିଂ ସମୟରେ ରନୱେର ଦମକଳ ଗାଡ଼ି ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା । ପ୍ରାଥମିକତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କଲ୍ କରାଯାଇଥିଲା । ସମସ୍ତ ଏଜେନ୍ସିଂକୁ ସତର୍କ କରାଯାଇଥିଲା । ବିମାନରେ ମୋଟ୍ ୧୬୧ ଯାତ୍ରୀ ଥିଲେ । ଅବତରଣ ପରେ ସେମାନେ ସୁରକ୍ଷିତ ଅଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook