ମୁଖ୍ୟ ଖବର
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗାଁରେ ଚଢାଉ । ବନ ବିଭାଗ ଚଢାଉ କରି ୨ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ଏହି ଗାଁର କିଛି ହାତୀ ଦାନ୍ତ ବେପାରୀ ୨ଟି ହାତୀ ଦାନ୍ତ ରଖି ପୂଜା କରୁଥିବା ନେଇ ବନ ବିଭାଗ ଖବର ପାଇଥିଲା । ପରେ ବନ ବିଭାଗ ଟିମ ଗରାଖ ହୋଇ ସେହି ସ୍ଥାନରେ ପହଞ୍ଚି ଅଚାନକ ରେଡ କରିଥିଲେ । ରେଡ ସମୟରେ ଭଦ୍ରକ ଓ ଇଞ୍ଚୁଡ଼ି ଅଂଚଳରୁ ୨ ଜଣ ଓ ତଳନଗର ଓ ସବିରା ଅଂଚଳରୁ ୨ ଜଣ ବେପାରିଙ୍କୁ ଗିରଫ କରାଯାଇଛି । ଏମାନେ ଦୀର୍ଘ ଦିନ ଧରି ହାତୀ ଦାନ୍ତ ବେପାର କରି ଆସୁଥିଲେ । ଗତକାଲି ହାତୀ ଦାନ୍ତକୁ ପୂଜା କରିବା ପରେ ବାହାର ରାଜ୍ୟକୁ ବିକ୍ରି କରିବାର ବ୍ୟବସ୍ଥା କରୁଥିବା ବେଳେ ବନ ବିଭାଗ ରେଡ କରିଥିଲା । ଏହି ହାତୀ ଦାନ୍ତର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ସୂଚନା ମିଳିଛି । ଏହି ଚଢ଼ାଉରେ ବାଲେଶ୍ୱର ରେଞ୍ଜର, ସୋର ରେଞ୍ଜର, ପ୍ରମୁଖ ଉପସ୍ଥିତ ଥିଲେ । ଏହି ହାତୀ ଦାନ୍ତ ବେପାରରେ ଆହୁରି ଲୋକ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Comments ସମସ୍ତ ମତାମତ